ପୋଲସରା ,୧୩/୧୧(ପିପିଟି):ଗଞ୍ଜାମ ଜ଼ିଲ୍ଲା ବୁଗୁଡ଼ା ସହରରେ ପ୍ରତିଷ୍ଠିତ ହୋଇଥିବା କଳା,ସାହିତ୍ୟ ଓ ସଂସ୍କୃତି ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ପ୍ରତିଷ୍ଠାତା ତଥା ସମ୍ପାଦକ ତ୍ରିଲୋଚନ ପଣ୍ଡାଙ୍କ ତତ୍ୱାବଧାନରେ “ଦିପାବଳୀ ଉତ୍ସବ ପାଳନ କରାଯାଏ କାହିଁକି ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହରପ୍ରସାଦ ଦାଶ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋପାଳ ଚନ୍ଦ୍ର ନାୟକ, ମୁଖ୍ୟବ୍ୟକ୍ତl ଭାବେ ମହନ୍ତ ସତ୍ୟାନନ୍ଦଜୀ ମହାରାଜ ଏବଂ ସମ୍ମାନିତ ଅତିଥି ରମେଶ ଚନ୍ଦ୍ର ଆଲଟିଆ,ଜୟନ୍ତ ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ ।ଉପସ୍ଥିତ ଅତିଥିମାନେ ବହୁ ମୂଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥିଲେ । ତା’ପରେ କବି ଅଶୋକ ନନ୍ଦଙ୍କ ସଂଯୋଜନାରେ କବିତା ଆସର ଏକାଧିକ କବିଙ୍କ ନିଜସ୍ୱ କବିତାରେ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ସଂସଦର ସମ୍ପାଦକ ତ୍ରିଲୋଚନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ । ଏହି ଅବସରରେ ବହୁ ସାହିତ୍ୟିକ,ବରିଷ୍ଠ ନାଗରିକ,ବୁଦ୍ଧିଜୀବି ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।
ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା