ଶୀତ ବସ୍ତ୍ର ବାଣ୍ଟି ଦୀପାବଳି ପାଳିଲେ ଦୁଇଭାଇ ।

0 392

ପୋଲସରା ,୧୩/୧୧(ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମ ପଞ୍ଚାୟତ ରେ ଗରିବ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରି ଦୀପାବଳୀ ପାଳନ କରିଥିଲେ ରଞ୍ଜନ କୁମାର ପ୍ରଧାନ ଓ ରତନ କୁମାର ପ୍ରଧାନ ଦୁଇ ଭାଇ l ଦୀପାବଳୀ ରେ ଅଧିକ ଅର୍ଥ ଖର୍ଚ୍ଚ କରି ବାଣ ଫୁଟାଇ ବାୟୁ ପ୍ରଦୂର୍ଷଣ ଓ ଶବ୍ଦ ପ୍ରଦୂର୍ଷଣ ପରିବେଶ ଉପରେ ପ୍ରଭାବ ପଡୁଥିବା ହୃଦୟମଙ୍ଗ କରିଥିଲେ ।

ତେଣୁ ଏହି ପବିତ୍ର ଦୀପାବଳି ରେ ଗରିବ ମୁହଁରେ ହସ ଫୁଟେଇବା ପାଇଁ ଶୀତବସ୍ତ୍ର ଓ ମିଠା ବଣ୍ଟନ କରି ଦୀପାବଳି ପାଳନ କରିଥିଲେ । ତାଙ୍କୁ ଅଧ୍ୟାପକ ମନୋଜ କୁମାର ସାହୁ, କାଳୁଚରଣ ପ୍ରଧାନ,ସିମାଞ୍ଚଳ ପ୍ରଧାନ, ବୁଦ୍ଧିରାମ ସାହୁ, ରାମଚନ୍ଦ୍ର ସାହୁ, ରାମଚନ୍ଦ୍ର ପ୍ରଧାନ, ସନ୍ତୋଷ କୁମାର ସାହୁ ପରି ଯୁବ ଗୋଷ୍ଟି ସହଯୋଗ କରିଥିଲେ । ଦୁଇ ଭାଇ ଙ୍କ ଏହିପରି କାର୍ଯ୍ୟଶୈଳୀ କୁ ଅଂଚଳବାସୀ ଭୁରି ଭୁରି ପ୍ରଶଂସା କରିଥିଲେ ।

ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.