ସାନଖେମୁଣ୍ଡିକୁ ମରୁଡ଼ି ଅଞ୍ଚଳ ଘୋଷଣା ଦାବୀରେ ସିପିଆଇର ସ୍ମାରକପତ୍ର ।

0 74

ସାନଖେମୁଣ୍ଡି,୦୭/୧୧(ପିପିଟି): କ୍ରମାଗତ ଭାବେ ଅନାବୃଷ୍ଟି ଓ ନିଅଣ୍ଟିଆ ବର୍ଷା ଯୋଗୁଁ ସମଗ୍ର ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷର ଖରିଫ୍ ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ସାନଖେମୁଣ୍ଡି ତହସିଲ ଅଞ୍ଚଳର ଚାଷଜମିକୁ ଜଳସେଚନର ଉତ୍ସ ରଘୁନାଥ ସାଗର ଖଇରବାଙ୍କ ଗୋପାଳଗଣ୍ଡ ଘୋଡାହାଡ ଜଳ ଭଣ୍ଡାର ସମେତ କ୍ଷୁଦ୍ର ମଧ୍ୟମ ପୋଖରି ଓ ନାଳ ଦୀର୍ଘ ମାସ ଧରି ଶୁଖିଲା ପଡ଼ିଛି। ଅର୍ଦ୍ଧାଧିକ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ ଅଚଳ ଅବସ୍ଥାରେ ଅଛି। ବର୍ଷାଭାବ ଯୋଗୁଁ ସାନଖେମୁଣ୍ଡିର ଅଣ ଜଳସେଚିତ ଚାଷ ଜମିରେ ଚଳିତ ବର୍ଷ ଧାନ ରୁଆ ହୋଇପାରିନି। ଜଳ ସେଚିତ ଚାଷ ଜମି ରେ ମଧ୍ୟ ଧାନ ଫସଲ ପୋଡ଼ି ଜଳି ଗଲାଣି। ସାନଖେମୁଣ୍ଡିରେ ମରୁଡ଼ି ଜନିତ ପରିସ୍ଥିତି ସାଂଘାତିକ ରୂପ ଧାରଣ କରିଛି। ମରୁଡ଼ି ପ୍ରପୀଡ଼ିତ ଚାଷୀ ର ଧାନ ଜମିରେ ଏବେ ଗୋରୁ ଗାଇ ଚରୁଛନ୍ତି। କେଣ୍ଡା ବାହାରିବା ସ୍ଥିତିରେ ଚାଷି ଏବେ ମରୁଡ଼ିର ଭୟାନକ ସଙ୍କଟର ସମ୍ମୁଖୀନ ହୋଇଛି। ଚାଷୀର ଏଭଳି ଦାରୁଣ ସଙ୍କଟ ସମୟରେ ସାନଖେମୁଣ୍ଡି ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡ଼ି କ୍ଷତିଗ୍ରସ୍ତ ଅଞ୍ଚଳ ଭାବେ ଘୋଷଣା କରିବାକୁ ସିପିଆଇ ସାନଖେମୁଣ୍ଡି ଅଞ୍ଚଳ ପରିଷଦ ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ପ୍ରଶାସନ ଠାରେ ଦାବୀ କରାଯାଇଛି। ସାନଖେମୁଣ୍ଡି ଅଞ୍ଚଳକୁ ମରୁଡି ଅଞ୍ଚଳ ଘୋଷଣା ପ୍ରତ୍ୟେକ ରାଜସ୍ବ ଗ୍ରାମକୁ ୟୁନିଟ ଭାବେ ନେଇ ମରୁଡ଼ି ଜନିତ କ୍ଷୟକ୍ଷତି ଆକଳନ ସହ ଚାଷୀଙ୍କୁ ବୀମା ପ୍ରଦାନ। ବିକଳ୍ପ ଫସଲ ପାଇଁ ସହାୟତା ଅଚଳ ଉଠା ସେଚ ପ୍ରକଳ୍ପ ସଚଳ କରିବା ସାନଖେମୁଣ୍ଡି କୁ ସବୁଦିନିଆ ଜଳ ସେଚନ ପାଇଁ ଛେଲିଗଡ ପ୍ରକଳ୍ପକୁ ଘୋଡ଼ାହାଡ଼ ସହ ସଂଯୋଗ ଚାଷୀଙ୍କୁ ମରୁଡ଼ି କ୍ଷତି ପୂରଣ ପ୍ରଦାନ ପ୍ରଭୃତି ଦାବୀ ନେଇ ଜିଲ୍ଲାପାଳଙ୍କ ଉଦ୍ଧ୍ୟେଶରେ ତହସିଲଦାର ଜେ କଳ୍ପନାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସିପିଆଇ ଜିଲ୍ଳା ସମ୍ପାଦକ ପ୍ରକାଶ ପାତ୍ର, ଅଖିଳ ଭାରତ କୃଷକ ସଭା ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ, ସମ୍ପାଦକ ରାଜୀବ ଲୋଚନ ପଣ୍ଡା, ଜୋନ ସମ୍ପାଦକ କୈଳାସ ପାତ୍ର, ଅନନ୍ତ ମହାଙ୍କୁଡ,ବିଦେଶୀ ନାହାକ, ସୁଶାନ୍ତ ସ୍ଵାଇଁ, ଭଗବାନ ରାଉତ, ଅଶୋକ କୁମାର ଜେନା,ବିନାୟକ ଦାଶ,ଭାସ୍କର ମହାରଣା,ଏ କୃଷ୍ଣମୂର୍ତ୍ତି ପାତ୍ର, ବୃନ୍ଦାବନ ମହାଙ୍କୁଡ,ପାଣ ସେଠି, ଉଦୟନାଥ ମଳିକ, ଗୋଲା ସ୍ଵାଇଁ, ଏନ୍ ଶୁକ୍ରୁ ଦୋରା,ରାମହରି ବାଡତ୍ୟା, କେ ରଘୁନାଥ ପାତ୍ର, ଶଙ୍କର୍ଷଣ ସ୍ଵାଇଁଙ୍କ ସମେତ ଦଳୀୟ କର୍ମୀ ଓ କୃଷକ ମାନେ ସ୍ମାରକପତ୍ର ପ୍ରଦାନ ସହ ସାନଖେମୁଣ୍ଡିରେ ଉତ୍ପନ ମରୁଡ଼ି ସମସ୍ୟା ନେଇ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ।

Leave A Reply

Your email address will not be published.