ଭିଜିଲାନ୍ସ ଜାଲରେ ମୋଟୁ ଆରଆଇ ।

0 251

ମାଲକାନଗିରି ,୦୨/୧୧(ପିପିଟି): ମାଲକାନଗିରି ଜିଲ୍ଲାରେ ଦୁର୍ନୀତି ଓ ଲାଞ୍ଚ କାରବାର ଚରମ ସୀମାରେ। ବ୍ଳକ, ପଞ୍ଚାୟତରେ ପିସି କାରବାର ଏବଂ ତହସିଲ ,ଆରଆଇ କାର୍ଯ୍ୟାଳୟ ଗୁଡିକରେ ଲାଞ୍ଚ କାରବାର ସାଧାରଣ ଘଟଣା ହୋଇଗଲାଣି । ଫାଇଲ ମୋମେଣ୍ଟ ପାଇଁ ବିନା ହାତ ଗୁଞ୍ଜାରେ ଆଗକୁ ବଢେ ନାହିଁ। ଭିଜିଲାନ୍ସରେ ଅଭିଯୋଗ ନ ହବା କାରଣରୁ ହେଉ ଅବା ଭିଜିଲାନ୍ସ ପ୍ରତି ସରକାରୀ କର୍ମଚାରୀଙ୍କ ଭୟ ତୁଟି ଯିବା କାରଣରୁ ହେଉ ଦୁର୍ନୀତି ଏକ ସମାଜ ପାଇଁ କଳଙ୍କ କହିଲେ ଚଳେ। ଏଣୁ ଦୁର୍ନୀତି ଖୋର ସରକାରୀ କର୍ମଚାରୀମାନଙ୍କୁ କଠୋର ଦଣ୍ଡ ସ୍ବରୂପ ସବୁ ଦିନ ପାଇଁ ଚାକିରୀରୁ ବହିସ୍କାର କରିବା ଉଚିତ୍। ତେବେ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମୋଟୁ ରାଜସ୍ବ ନିରୀକ୍ଷକ ସୁରଜ୍ ବାଲା । ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ମାଡି ବସିଥିଲେ ମୋଟୁ ଆରଆଇଙ୍କୁ ।
ସୂଚନା ଅନୁସାରେ ମୋଟୁ ଆରଆଇ ସୂର୍ଯ୍ୟ କୁମାର ବାଲା ଏକ ଜମି ଜବରଦଖଲ ମାମଲାର ସମାଧାନ ପାଇଁ ଅଭିଯୋଗକାରୀ ଘନଶ୍ୟାମ ମହନ୍ତଙ୍କୁ ୨୫ ହଜାର ଟଙ୍କା ମାଗିଥିଲେ। ମୋଟୁ ରାଜସ୍ବ ନୀରିକ୍ଷକ ଶ୍ରୀ ବାଲା ପୂର୍ବରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଆଜି ବକେୟା ୧୫ ହଜାର ଟଙ୍କା ଉତ୍କୋଚ ଗ୍ରହଣ କରୁଥିଲେ। ତେବେ ସେ ଲାଞ୍ଚ ଗ୍ରହଣ କରିବାର ଅଳ୍ପ ସମୟରେ ପରେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପୂର୍ବ ଯୋଜନା ଅନୁସାରେ ଅଚାନକ ଚଢ଼ଉ କରିଥିଲେ। ସପୃକ୍ତ ଆରଆଇଙ୍କ ନିକଟରୁ ନଗଦ ୧୫ ହଜାର ଟଙ୍କା ଜବତ କରାଯାଇଥିଲା। ଭିଜିଲାନ୍ସ ଟିମ୍‌ ଆରଆଇ ଶ୍ରୀ ବାଲାଙ୍କ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି- ୪୫ ଗ୍ରାମରେ ଥିବା ଘରେ ମଧ୍ୟ ଚଢ଼ଉ ଜାରି ରଖିବା ସୂଚନା ମିଳିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.