ବୋଲଗଡ,୨/୧୧(ପିପିଟି):ଅଗ୍ରଣୀ ସାମାଜିକ ସଂଗଠନ ଶିଶୁ ବିକାଶ ଓ ସମାଜର ଉର୍ଣ୍ଣୟନ କେନ୍ଦ୍ର ସିସିଡବ୍ଲୁଏସଡିର ୨୪ ତମ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଶିଶୁ ମହୋତ୍ସବରେ ମୁଖ୍ୟଅତିଥିଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳାଧିପତି ଡକ୍ଟର ଅଲେଖ ଚନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟବକ୍ତାଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ନିର୍ଦେଶକ ଡକ୍ଟର ଶରତ କୁମାର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ l ମହୋତ୍ସବର ପ୍ରାରମ୍ଭରେ ଶିଶୁକଳାକାରମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ l ଆଦର୍ଶ ଶିକ୍ଷକ ସାନନ୍ଦ କୁମାର ସାହୁ ସ୍ୱାଗତ ଭାଷଣଦେଇ ଦେଇଥିଲେ l ଅନୁଷ୍ଠାନ ତରଫରୁ ମୁଖ୍ୟ ଅତିଥି ଡକ୍ଟର ଅଲେଖ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁଖ୍ୟ ବକ୍ତା ଡକ୍ଟର ଶରତ କୁମାର ବିଶ୍ୱାଳପ୍ରମୁଖଙ୍କୁ ଉତ୍ତରୀୟ, ଫୁଲତୋଡ଼ା ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଖୋର୍ଦ୍ଧା ଜିଲ୍ଲା ଶ୍ରେଷ୍ଠ ସଂଯୋଜକ ଭାବେ ଆଦର୍ଶ ଶିକ୍ଷକ ସାନନ୍ଦ କୁମାର ସାହୁଙ୍କୁ ଫୁଲତୋଡ଼ା, ମାନପତ୍ର ଓ ଉପଢଉକନ ପ୍ରଦାନ କରାଯାଇ ରାଜ୍ୟ ସ୍ତରୀୟ ସଂମ୍ମାନରେ ମୁଖ୍ୟଅତିଥି ଶ୍ରୀ ଷଡ଼ଙ୍ଗୀ ରାଜ୍ୟସ୍ତରୀୟ ସଂମ୍ମାନରେ ସଂମ୍ମାନିତ କରିଥିଲେ l ଗ୍ରାମାଞ୍ଚଳରେ ଥିବା ଶିଶୁମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭାକୁ ସମାଜଆଗରେ ପ୍ରଦର୍ଶନ କରୁଥିବାରୁ ଶିକ୍ଷକ ଶ୍ରୀ ସାହୁଙ୍କୁ ଏହି ରାଜ୍ୟସ୍ତରୀୟ ସଂମ୍ମାନରେ ସଂମ୍ମାନିତ କରାଯାଇଥିଲା l ଆଦର୍ଶ ଶିକ୍ଷକ ସାନନ୍ଦ କୁମାର ସାହୁଙ୍କ ପ୍ରତ୍ୟକ୍ଷ ଶିକ୍ଷାଦାନ ଯୋଗୁଁ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ନବୋଦୟ ପରୀକ୍ଷା, ଓଡିଶା ଆଦର୍ଶ ପରୀକ୍ଷା, ପଠାଣିସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଓ ସମସ୍ତ ଗରିବ ମେଧାବୃତ୍ତି ପରୀକ୍ଷାରେ ପ୍ରତିବର୍ଷ କୃତକାର୍ଯ୍ୟ କରାଇ ପାରୁଛନ୍ତି l ବର୍ତ୍ତମାନ ସେ ସାନପଦର ସ୍ଥିତ ସରକାରୀ ଭକ୍ତ ଚରଣ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟକରୁଅଛନ୍ତି l ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଶିକ୍ଷକ ଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇ ବିଦ୍ୟାଳୟ ପାଇଁ ଗୌରବ ବିଷୟ ବୋଲି କହିଅଛନ୍ତି l
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)