ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ।

0 253

ମାଲକାନଗିରି, ୦୧/୧୧(ପିପିଟି):ଅକ୍ଟୋବର ୩୦ ରୁ ନଭେମ୍ବର ୫ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ମାଲକାନଗିରି ଭିଜିଲାନ୍ସ ୟୁନିଟ ଆନୁକୁଲ୍ୟରେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହଯୋଗରେ ସ୍ଥାନୀୟ ମାଲକାନଗିରି ମହାବିଦ୍ୟାଳୟଠାରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରରେ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭିଜିଲାନ୍ସ ଡିଏସପି, ସଦାନନ୍ଦ ପାଣି ଯୋଗ ଦେଇ ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ ଭିଜିଲାନ୍ସ ଇନ୍ସପେକ୍ଟର, ସୂର୍ଯ୍ୟକାନ୍ତି ଟାକ୍ରୀ ଓ ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଉପସ୍ଥିତ ଥିଲେ। ଶ୍ରୀ ପାଣି ସମାଜରୁ କିଭଳି ଭାବେ ଦୁର୍ନୀତିକୁ ହଟେଇ ପାରିବା ସେହି ବିଷୟରେ ଆଲୋଚନା କରିଥିଲେ।
“ଦୁର୍ନୀତିକୁ ବିରୋଧ କରିବା, ରାଷ୍ଟ୍ର ପ୍ରତି ସମର୍ପିତ ରହିବା” ବିଷୟବସ୍ତୁ ଉପରେ ସମସ୍ତ ପ୍ରତିଯୋଗିତାମନେ ଅଂଶ ଗ୍ରହଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.