ଷଣ୍ଢା ଗ୍ରାମରେ ମାଁ ମାହେଶ୍ୱରୀ ଙ୍କ ବାଡ଼ିଯାତ୍ରା ମହୋତ୍ସବ ଅନୁଷ୍ଠିତ ।

0 50

ଉଲୁଣ୍ଡା ୨୧/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଷଣ୍ଢା ଗ୍ରାମରେ ମାଁ ମାହେଶ୍ୱରୀ ଙ୍କ ବାଡ଼ି ଯାତ୍ରା ମହୋତ୍ସବ ଅନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି l ମହୋତ୍ସବ କମିଟି ର ସଭାପତି ସୁମନ୍ତ ଜଗଦଲା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, ବାଗବର ସରପଞ୍ଚ ନିରୁପମା ବଗର୍ତ୍ତୀ, ମୁଣ୍ଡଘାଟ ସରପଞ୍ଚ କିଶନ ଜଗଦଲା, ସମାଜସେବୀ କିଶୋର ହୋତା, ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସାଂସ୍କୃତିକ ବାର୍ତା ପ୍ରଦାନ କରିଥିଲେ l ଏହି ବାଡ଼ିଯାତ୍ରା ମହୋତ୍ସବ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ କମିଟୀ ପକ୍ଷରୁ ସୂଚନା ଦିଆଯାଇଛି l ପ୍ରଦୀପ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ ବରିଷ୍ଠ ସଦସ୍ୟ ଭକ୍ତରାମ ଖେତୀ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.