ଭଞ୍ଜନଗର, ୧୩/୧୦(ପିପିଟି): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଯୋଗ ଦେଇ ବସ୍ତି ଅଞ୍ଚଳର ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।ଏଥିରେ ଗୃହ ଓ ନଗର ଉନ୍ନୟନ ବିଭାଗ ଜାଗା ମିଶନର ଉପଦେଷ୍ଟା ଶାସ୍ବତୀ ମିଶ୍ର,ଏନଏସି ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ ଓ ସମସ୍ତ କାଉନସିଲରମାନେ ଉପସ୍ଥିତ ଥିଲେ।ଏଥିରେ ଭଞ୍ଜନଗର ଏନଏସିର ୧୦ଟି ବସ୍ତି ଓ ବୁଗୁଡ଼ା ଏନଏସିର ୪ଟି ବସ୍ତିର ସଭାପତି, ସମ୍ପାଦିକା ଓ କୋଷାଧ୍ୟକ୍ଷମାନେ ତାଲିମ ଗ୍ରହଣ କରିଥିଲେ।ଏହି ଶିବିରରେ ଗୋଷ୍ଠି ସଙ୍ଗଠିକା ଅଞ୍ଜଳି ପାଢ଼ୀ ଓ ସୁଦେଷ୍ଣା ସାହୁ ପ୍ରଶିକ୍ଷଣ ଦେଇଥିଲେ।ସିଟି ମିଶନ ପରିଚାଳକ ସୁବ୍ରତ ମହାନ୍ତି,ମିଲନ ମୋହନ ମୁର୍ମୁ,ମୁନା ସେଠୀ, ସୁଶାନ୍ତ ମିଶ୍ର,ଶ୍ରୀକାନ୍ତ ଡାକୁଆ,ସୁବ୍ରତ ମହାପାତ୍ର, ଅଳକା ଶଢଙ୍ଗୀ ଓ ଅନ୍ୟମାନେ ସହଯୋଗ କରିଥିଲେ।
ରିପୋର୍ଟ୍ -(ଜୟକୃଷ୍ଣ ପଟ୍ଟନାୟକ)