ବହୁ ଚର୍ଚ୍ଚିତ ଜିଆରଏସ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ,ପରକୀୟା ପ୍ରୀତି ପାଇଁ ହତ୍ୟା ।

0 47

କୋଦଳା,୦୯/୧୦(ପିପିଟି): ଵେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝରି ପଞ୍ଚାୟତ ଅଧୀନରେ ଥିବା କନିଆରୀବାଡି ଗ୍ରାମ ବାସିନ୍ଦା ତଥା ବେଗୁନିଆପଡ଼ା ବ୍ଲକ ସାନ ଉସ୍ତ।ପଡ଼ା ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ସୁଶୀଲ କୁମାର ମହାନ୍ତିଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁମଣ୍ଡଳ ପଞ୍ଚାୟତ ଅନ୍ତର୍ଗତ ଭାଲିଆଝର ଗ୍ରାମର ମୋହନପୁର ସାହି ବାସିନ୍ଦା ମନୋଜ କୁମାର ସାହୁକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ମନୋଜ ଓ ସୁଶିଲ କନିଆରୀବାଡି ଗ୍ରାମର ଜନୈକ ମହିଳାଙ୍କୁ ପ୍ରେମ କରିଆସୁଥିଲେ। ମନୋଜ ଏ ନେଇ ସୁଶିଲକୁ ୨ମାସ ତଳେ ତାଗିଦ କରିଥିଲେ। ଗତ ୪ ତାରିଖ ଦିନ ରାତିରେ ମନୋଜ କନିଆରୀବାଡି ଗ୍ରାମର ଜନୈକ ମହିଳାଙ୍କ ଘରକୁ ଯାଇଥିଲେ । ସେଠାରୁ ବାହାରି ଆସିବା ପରେ ସୁଶୀଲ ଉକ୍ତ ମହିଳାଙ୍କ ଘରକୁ ଯିବାର ମନୋଜ ଦେଖିଥିଲେ। କିଛି ସମୟ ପରେ ମନୋଜ ପୁଣି ଯାଇ ଦେଖିବା ବେଳକୁ ସୁଶୀଲ ଉକ୍ତ ମହିଳାଙ୍କ ଘରେ ଅଛନ୍ତି ଓ ତାଙ୍କ ଗାଡି ବାହାରେ ଅଛି। ଏହା ଦେଖି ସେ ଉତକ୍ଷିପ୍ତ ହୋଇ ସେଠାରୁ ଫେରି ସୁମଣ୍ଡଳରୁ ଏକ କଟୁରୀ ଧରି ଉକ୍ତ ମହିଳାଙ୍କ ଘରକୁ ଯାଇ ସୁଶୀଲ ସହିତ ଯୁକ୍ତି ତର୍କ କରିଥିଲେ। ସୁଶୀଲ କାହିଁକି ବାରମ୍ବାର ତାଙ୍କ ଘରକୁ ଆସୁଛି ବୋଲି ତାକୁ ତାଗିଦ୍ କରିବା ପରେ,ସୁଶିଲ ମଦ୍ୟପାନ କରିଥିବା ଯୋଗୁଁ ସେହି ସ୍ଥାନରେ ପାଟି ନକରି ଦୂରକୁ ଯିବା ପାଇଁ କହିଥିଲେ ମନୋଜ ଓ ସୁଶୀଲ ଗାଡ଼ି ଚଲେଇ ପାରିବନି ବୋଲି କହିବା ପରେ ସୁଶିଲଙ୍କ ବାଇକ ସେଠାରେ ରଖି ମନୋଜ ନିଜ ଗାଡ଼ିରେ ତାକୁ ଗାଁ ନିକଟସ୍ଥ ଏକ ବିଲ ପାର୍ଶ୍ୱକୁ ଆଣିଥିଲେ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ସହ ହାତାହାତି ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହେବାରୁ ଉତକ୍ଷିପ୍ତ ହୋଇ ମନୋଜ ସାଥିରେ ନେଇଥିବା କଟୁରୀ ସାହାଯ୍ୟରେ ସୁଶୀଲକୁ ନିର୍ମମ ଭାବେ ହତ୍ୟା କରିଥିଲେ ଓ ସେଠାରୁ ଫେରିଆସିଥିଲା । ଘଟଣା ପରେ ଗଞ୍ଜାମ ଏସପି ଜଗ ମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ପୁରୁଷୋତ୍ତମପୁର ଏସଡିପିଓ ରଜନୀ କାନ୍ତ ସାମଲ, କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, କବିସୂ୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ବେଗୁନିଆପଡ଼ା ଥାନା ଏସଆଇ ସଂଗ୍ରାମ କୁମାର ଦେହୁରୀଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ ହୋଇଥିଲା । ଶେଷରେ ଅଭିଯୁକ୍ତ ମନୋଜ ସାହୁଙ୍କୁ ପୋଲିସ୍ କେଶ୍ ନମ୍ୱର୍ ୩୯୪/୨୦୨୩ ଅନୁସାରେ ଗିରଫ କରି ଦଫା ୩୦୨ରେ ଆଜି କୋର୍ଟ ଚାଲାଣ କରିବା ସହ କଟୁରୀ ଓ ରକ୍ତ ଭିଜା ସାର୍ଟ ଜବତ କରିଛି ବୋଲି ବେଗୁନିଆପଡ଼ା ଥାନା ଅଧିକାରୀ ମଞ୍ଜରୀ ନାୟକ ସୂଚନା ଦେଇଛନ୍ତି।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.