ରଣପୁର,୦୩/୧୦(ପିପିଟି):୨୦୨୧ ମସିହା ଆଜିର ଦିନରେ ଉତ୍ତର ପ୍ରଦେଶ ଲଷ୍ମୀପୁରର ଖେରୀ ଅଞ୍ଚଳରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ବିଜେପି ର କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଟେନି ଓ ତାର ଗୁଣ୍ଡା ବାହିନୀ ମନ୍ତ୍ରୀଙ୍କ ଗାଡି ମଡ଼ାଇ ୪ ଜଣ କୃଷକ ଓ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଥିବାର ପ୍ରତି ବାଦରେ ଆଜି ଅକ୍ଟୋବର ୩ ତାରିଖ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଟ୍ରେଡ଼ ୟୁନିୟନ ଡ଼ାକରାରେ ଦେଶ ବ୍ୟାପି କଳା ଦିବସ ପାଳନ କରିବାର ଆହ୍ବାନ କ୍ରମେ ରଣପୁର ର ସିଂହ ଦ୍ୱାର ବଜ଼ାର ଠାରେ ସୁରେଶ ସ୍ବାଇଁ ଙ୍କ ସଭାପତିତ୍ୱ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିବାଦ ସଭାରେ ବକ୍ତା ମାନେ ବିଜେପି ନେତୃତ୍ବାଧୀନ ମୋଦୀ ସରକାରର କୃଷକଙ୍କୁ ହତ୍ୟା ଓ ଶ୍ରମିକ କୃଷକ ବିରୋଧୀ ନିତିକୁ ନିନ୍ଦା କରିବା ସହ ତୀବ୍ର ସମାଲୋଚନା କରିଥିଲେ। କେନ୍ଦ୍ର ରାଜ୍ୟ ସରକାରଙ୍କ ଦରବୃଦ୍ଧି ନୀତି ଯୋଗୁଁ ନିତ୍ୟ ଵ୍ୟଵହାର୍ଯ୍ୟ ସାମଗ୍ରୀ ଆଜି ଆକାଶ ଛୁଆଁ ହୋଇ ଥିଲାବେଳେ ସାଧାରଣ ଜନତା ନାହିଁ ନ ଥିବା ହଇରାଣ ହେଉଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ।ମୋଦୀ ସରକାରଙ୍କ ୨୦୧୪ ଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ପ୍ରତିଶୃତି ପ୍ରତାରଣା ପୂର୍ଣ୍ଣ ହୋଇଛି ବୋଲି କହିଥିଲେ।ତିନି କଳା କୃଷି ଆଇନ ପ୍ରତ୍ୟାହାର ପରେ କରିଥିବା ସର୍ତ୍ତ ପ୍ରତି ମୋଦୀ ସରକାର ପୂରଣ କରିବାରେ ବିଫଳ ହୋଇଛନ୍ତି ବୋଲି କହିଥିଲେ।ବର୍ତ୍ତମାନ ସରକାର ତୁରନ୍ତ ମନ୍ତ୍ରୀ ଅଜୟ ମିଶ୍ର ଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ସହ ତାଙ୍କ ପୁଅ ସମେତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବାପାଇଁ ସଂଗଠନ ତରଫରୁ ଦାବୀ କରାଯାଇଛି।ନଚେତ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଜନତା ଜନାର୍ଦ୍ଦନ ଉଚିତ ଜବାବ ଦେବେ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆ ଯାଇଛି। ଏହି ପ୍ରତିବାଦ ସଭାରେ ଶ୍ରମିକ ନେତା ସୁରେଶ ସ୍ବାଇଁ,କ୍ଷେତମଯଦୁର ୟୁନିୟନ ର ରାଜ୍ୟ ନେତୃତ୍ୱ ନିତ୍ୟାନନ୍ଦ ପରିଡା,ଚାଷୀ ନେତା ଗଦାଧର ପ୍ରଧାନ,ନାରୀ ନେତ୍ରୀ ସଂଯୁକ୍ତା ସେଠୀ , ସୁଶୀଲ ମହାନ୍ତି,କୁଳମଣି ପଲେଇ ଓ ବିଜୟ ଜେନା ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)