ଅଲ୍ଟ୍ରା ବରିଷ୍ଠ ନାଗରିକ ନିବାସରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ।

0 96

ବୋଲଗଡ଼,୦୧/୧୦(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସ୍ଥିତ ସାଗରଗୁଆଁ ଅଲ୍ଟ୍ରା ବରିଷ୍ଠ ନାଗରିକ ନିବାସ ରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ବ୍ରହ୍ମଚାରୀ ରାଏ, ସହ ସମ୍ପାଦକ ରାଜ କିଶୋର ରାୟ, ସାଗରଗୁଆଁ ଗ୍ରାମ ପଞ୍ଚାୟତ ର ସରପଞ୍ଚ ରମାମଣୀ ଦେଇ, ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ,ଡଃ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ଏହି ଦିବସ ର ଉଦେଶ୍ୟ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥି ସହିତ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଯୋଗ,ସ୍ଥାନୀୟ ଗ୍ରାମରେ ପରିଭ୍ରମଣ କରାଇ ସଚେତନତା ସୃଷ୍ଟି କରିବା ସହିତ ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରା ଯିବା ସହିତ ସମସ୍ତ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ଏହି ଅବସରରେ ଅଲ୍ଟ୍ରାଭିନ୍ନକ୍ଷମ ବିଦ୍ୟାଳୟର ସମ୍ପାଦକ ବ୍ରହ୍ମଚାରୀ ରାୟ ଙ୍କ ଆବାହକତ୍ବରେ କଲ୍ୟାଣ ମଣ୍ଡପ ଠାରେ ପଞ୍ଚାୟତର ଏସ ଏଚ ଜି ମହିଳା ମାନଙ୍କୁନେଇ ହରିତ୍ କ୍ରିଷୀ ନିଧି ଲିମିଟେଡ ର ଚେୟାର ମ୍ୟାନ ତଥା ପରିଚାଳକ ନିର୍ଦ୍ଦେଶକ ତୁଶାର ଭଂଜ କିପରି କୁଟୀରଶିଳ୍ପ ମାଧ୍ୟମରେ ସ୍ୱାବଲମ୍ବୀ କରିବାପାଇଁ ଏସ ଏଚ ଜି ମା ମାନଙ୍କୁ ପରାମର୍ଶ ଦେଇଥିଲେ।

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.