ବୀରମହାରାଜପୁର ବ୍ଳକରେ ସମିତି ସଭ୍ୟ ସଂଘ ଗଠିତ ।

0 38

ଉଲୁଣ୍ଡା ,୨୬୵୦୯(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସମିତି ସଭ୍ୟ ସଂଘ ଗଠିତ ହୋଇଯାଇଛି। ଲକ୍ଷ୍ମୀନାରାୟଣ ପୁରୋହିତ ସଭାପତି ଏବଂ ବିନୋବାନନ୍ଦ ପଧାନ ସଂପାଦକ ମନୋନିତ ହୋଇଛନ୍ତି । ଶନିବାର ବ୍ଲକ ସମ୍ମିଳନୀ କକ୍ଷରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ବ୍ଲକର ସମସ୍ତ ୧୫ ଗୋଟି ପଂଚାୟତର ସମିତି ସଭ୍ୟମାନେ ଯୋଗଦେଇଥିଲେ । ବୈଠକରେ ସର୍ବସମ୍ମତିକ୍ରମରେ ଲକ୍ଷ୍ମୀନାରାୟଣ ପୁରୋହିତଙ୍କୁ ସଭାପତି,ରୀତା ଗର୍ଡିଆ ଉପସଭାପତି,ବିନୋବାନନ୍ଦ ପଧାନ ସଂପାଦକ,ଇତିଶ୍ରୀ ପଧାନ ସହ ସଂପାଦକ,ସୈନ୍ଦୁ ସାହୁ କୋଷାଧ୍ୟକ୍ଷ ଏବଂ ବବିତା ବାଘଙ୍କୁ ସହ କୋଷାଧ୍ୟକ୍ଷ ଭାବେ ମନୋନିତ କରାଯାଇଛି । ଆଗମୀ ଦିନରେ ସମିତି ସଭ୍ୟଙ୍କ ସାଂଗଠାନିକ କାର୍ଯ୍ୟ ଏହି କମିଟୀ ତୁଲାଇବା ନେଇ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ସୂଚନା ଦେଇଛନ୍ତି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.