ବୋଲଗଡ଼,୨୦/୦୯(ପିପିଟି):ଆସନ୍ତା ସାଧାରଣ ନିର୍ବାଚନ ଯେତିକି ନିକଟତର ହୋଇ ଆସୁଛି ବୋଲଗଡ-ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ଶାସକ ବିଜୁ ଜନତା ଦଳର ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ତୀବ୍ର ହେଉଛି । ଏହାକୁ ନେଇ ଗତ କିଛିଦିନ ଧରି ସମଗ୍ର ନିର୍ବାଚନ ମଣ୍ଡଳୀରେ ସାଧାରଣରେ ବିଭିନ୍ନ ଚର୍ଚ୍ଚା ଲାଗିରହିଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଖିବାକୁ ମିଳିଛି ବୁଧବାର ଦିନ ବୋଲଗଡ ଅଞ୍ଚଳରେ ଓଡିଶା ମୋ ପରିବାରର ଆହ୍ୱାନକ୍ରମେ ‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିର କାର୍ଯ୍ୟକ୍ରମାନ ବହୁମାତ୍ରାରେ ବୋଲଗଡ ଅଞ୍ଚଳର ଡାବରଧୁଆ ପାଟଣା, ଫାସିଓଦା, ବୋଲଗଡ, ରକ୍ତଦାନ ଶିବିର ପରେ ବୁଧବାର ଦଳାଇସାହି, ଖଙ୍ଗୁରିଆ,ଗେଡିଆପଲ୍ଲୀ ପଞ୍ଚାୟତ ମାନଙ୍କରେ ଶିବିରମାନ ଆୟୋଜନ ହୋଇଥିଲା । ଏହାକୁ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏଥିରେ ମୋଟ ୩୧୯ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହିକାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ବିଜେଡିର ୩ଟିଜୋନର ଜିଲ୍ଲା ପରିଷଦ ସଭ୍ୟ,ବ୍ଲକ ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ,ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ବିଜେଡି ଉପସଭାପତି ପ୍ରଫୁଲ ପ୍ରଧାନଙ୍କ ସମେତ ବହୁ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ଯୋଗଦେଇଥିଲେ । ଅପରପକ୍ଷରେ ବୁଧବାରଦିନ ସମାନ୍ତରଳ ଭାବେ ବୋଲଗଡ ସଦର ମହକୁମାସ୍ଥ ନନ୍ଦିଘୋଷ ଭବନରେ ‘ଓଡିଶା ମୋ ପରିବାର’ର ଅଧ୍ୟକ୍ଷ ଅରୂପ କୁମାର ପଟ୍ଟନାୟକମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ୧୧୧ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଯୁବନେତା ତଥା ବ୍ୟସାୟୀରୁ ରାଜନେତା ପାଲଟିଥିବା ବ୍ରଜବନ୍ଧୁ ସୁବୁଦ୍ଧି ,‘ଓଡିଶା ମୋ ପରିବାର’ର ଖୋର୍ଦ୍ଧଜିଲ୍ଲା ସଂଯୋଜକ ଦିଲ୍ଲୀପ କୁମାର ହୋତା, ଫାସିଓଦା ସମିତି ସଭ୍ୟ ପ୍ରଦୀପ କୁମାର ପ୍ରଧାନ, ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦତ୍ତ ପ୍ରମୁଖ ପରିଚାଳନା କରିଥିଲେ । ସ୍ଥାନୀୟ ସ୍ୱେଛାସେବୀ ଅନୁଷ୍ଠାନ ନାରାୟଣ ସେବାସଂଘ ପକ୍ଷରୁ ସହଯୋଗ କରାଯାଇଥିଲା । ଏହି ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ରକ୍ତଦାନ ଶିବିର ଆୟୋଜନକୁ ନେଇ ଚକାପଞ୍ଝା ଲାଗିରହିଥିବାରୁ ଆଗାମୀ ଦିନରେ ଗୋଷ୍ଠୀ କନ୍ଦଳ ତିବ୍ର ହେବବୋଲି ସୂଚନା ମିଳିଛି । ଯାହାକୁ ନେଇ ବୋଲଗଡ ରାଜନିତୀ ସରଗରମ ହୋଇଉଠିଛି ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)