ବର୍ଷା ଯୋଗୁଁ ଫିକା ପଡ଼ିଲା ଗଣେଶ ପୂଜା ।

0 163

ଭଞ୍ଜନଗର, ୧୯/୦୯(ପିପିଟି):ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ପୂଜା ମଣ୍ଡପରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ବେଶ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି।ସକାଳେ ଛାତ୍ରଛାତ୍ରୀ ମାନେ ନିତ୍ୟକର୍ମ ସାରି ନୂତନ ପୋଷାକ ପରିଧାନ କରିବା ସହ ଭିଭିନ୍ନ ଭୋଗ ସାମଗ୍ରୀ ଧରି ନିଜ ନିଜର ଶିକ୍ଷାନୁଷ୍ଠାନରେ ପ୍ରଭୁ ବିଘ୍ନରାଜଙ୍କୁ ପୂଜାର୍ଚ୍ଚନା କରିଥିଲେ।ଏଥିସହ ଚଳିତ ବର୍ଷ ଭଞ୍ଜନଗର ସହରରେ ଅନେକ ସ୍ଥାନରେ ପ୍ରଭୁ ଗଣେଶ ପୂଜା ପାଉଛନ୍ତି।ଭିଭିନ୍ନ ଶିକ୍ଷାନୁଷ୍ଠାନ, ପ୍ରତ୍ୟେକ ସାହି, ଯୁବ ଗୋଷ୍ଠୀମାନେ ବେଶ ଧୁମଧାମରେ ପୂଜାର ଆୟୋଜନ କରାଯାଇଛି।ଫଳରେ ଚାରିଆଡ଼େ ଉତ୍ସବ ମୁଖର ହୋଇଉଠିଛି।ପୂଜା ମଣ୍ଡପରେ ଗଣେଶଙ୍କ ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ସୁନ୍ଦର ସାଜସଜ୍ଜା,ସୁ ଉଚ୍ଚ ତୋରଣ ଓ ରଙ୍ଗ ବେରଙ୍ଗର ଅଲୋକମାଳାରେ ସାରା ସହର ଝଲସି ଉଠୁଛି।ସେଥି ମଧ୍ୟରେ ୟୁନିକ ଡ୍ୟାନ୍ସ ଏକାଡେମୀ, ଗୁରୁକୃପା ଆବାସିକ ବିଦ୍ୟାଳୟ, ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ, ଡ଼ିଏଭି ପବ୍ଲିକ ସ୍କୁଲ, ତ୍ରିପାଠୀ ଟ୍ୟୁଟୋରିଆଲ, ସାରଦା ଟ୍ୟୁଟୋରିଆଲ, ୟୁବି ହାଇସ୍କୁଲ, ଡିବି ସରକାରୀ ହାଇସ୍କୁଲ,କେଏସୟୁବି କଲେଜ, ସାବିତ୍ରୀ ମହିଳା କଲେଜ,ବିସିସିଏମ, ସତ୍ୟ ସାଇ ବିଦ୍ୟା ବିହାର, ସରସ୍ବତୀ ଶିଶୁ ମନ୍ଦିର,ବଡ଼ କୋଦଣ୍ଡା ଓ ବାହାଡ଼ା ପଦର ଉଚ୍ଚ ବିଦ୍ୟାଳୟ ସମେତ ଲଜ୍ ଓଁ ଭବନ, ଈଶ୍ୱର ସପିଙ୍ଗ ମାର୍ଟ, ଭଞ୍ଜ ମାର୍ଗ, ଖାଲା ସାହି, ମାଲ ସାହି, ଭେଜିପୁଟ, ବାଉଁଶ ଲୁଣ୍ଡି, ଲଣ୍ଡେଇ ସାହି ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପୂଜା ଆୟୋଜନ କରାଯାଇଛି।ହେଲେ ସନ୍ଧ୍ୟା ସମୟରେ ପ୍ରବଳ ଘଡଘଡି ଓ ବର୍ଷା ଯୋଗୁଁ ପୂଜା ଫିକା ପଡିଯାଇଥିଲା।ଲୋକମାନେ ବୁଲିବା ପାଇଁ ଘରୁ ବାହାରି ନପାରି ନିରାଶ ହୋଇଥିଲେ।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.