ବେଆଇନ ଗୋରୁ ଚାଲାଣ,ଧରିଲେ ଗ୍ରାମବାସୀ,ଗାଡି ଜବତ,ତିନି ଅଟକ ।

0 254

କୋଦଳା,୧୨/୦୯(ପିପିଟି):ସୋମବାର ବିଳମ୍ବିତ ରାତ୍ରି ରେ ବେଗୁନିଆପଡା ବ୍ଲକ ମର୍ଦ୍ଦମେଖ ପଞ୍ଚାୟତ ବେଳଝରି ଗ୍ରାମବାସୀ ଗ୍ରାମର କପିଳେଶ୍ୱର ମନ୍ଦିର ନିକଟରେ ଗୋଟିଏ ଗୋରୁ ବୋଝେଇ ପିକଅପ ଭେନ (OR07L7547)କୁ ଅଟକାଇ ଦୁଇଟି ଷଣ୍ଢ ସମେତ ଆଠଗୋଟି ଗାଈକୁ ଉଦ୍ଧାର କରି,କୋଦଳା ପୋଲିସ ଷ୍ଟେସନକୁ ଜଣାଇ ଥିଲେ । ସଙ୍ଗେ ସଙ୍ଗେ ପୋଲିସ ସେଠାରେ ପହଞ୍ଚି ଗାଡିକୁ ଜବତ କରିବା ସହିତ ତିନି ଗୋରୁ ଚାଲାଣ କାରିଙ୍କୁ ଅଟକ ରଖି ତନାଘନା କରୁଛି । ପ୍ରକାଶ ଥାଉକି ଦୀର୍ଘ ଦିନ ହେବ ଏହି ରାସ୍ତା ଦେଇ ବିଳମ୍ବିତ ରାତ୍ରି ରେ ଏମିତି ଅନେକ ଥର ଗୋରୁ ଗାଡି ଯାଉଥିବା ଖବର ଜାଣିବା ପରେ ଆଜି ବେଳଝରି ଗ୍ରାମବାସୀ ସେଠାରେ ଜଗି ଗାଡିଟିକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଗାଡିଟି ମର୍ଦ୍ଦକୋଟ ଠାରୁ କନିଶି ଅଭିମୁଖେ ଯାଉଥିବା ନେଇ ଗାଡି ଡ୍ରାଇଭର ପ୍ରକାଶ କରିଛି । ପୋଲିସ ଗାଡି ଜବତ କରିବା ସହିତ ଗାଈ ଗୁଡିକର ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଇ ସେମାନଙ୍କୁ ସାଙ୍କୁଡ଼ା ହରେ କୃଷ୍ଣ ଗୋଶାଳ ଛାଡିଥିବା ବେଳେ ତିନି ଗୋରୁ ଚାଲାଣ କାରି ଓ ଗାଡି ମାଲିକଙ୍କ ନାମରେ କେଶ ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରଯାଇଥିବା ନେଇ ଥାନା ଅଧିକାରୀ ଉମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

ରିପୋର୍ଟ-ସୂର୍ଯ୍ୟନାରାୟଣ ବଡୁ

Leave A Reply

Your email address will not be published.