ଷୋହଳ ଖଣ୍ଡ ଗୋପାଳ ସମାଜର ନନ୍ଦ ଉତ୍ସବ ପାଳିତ ।

0 22

କୋଦଳା,୦୭/୦୯(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଗୁରୁବାର ଦିନ ଖଲ୍ଲିକୋଟ ତାଲୁକା ପଙ୍କାଳ ମୁଠା ଷୋହଳ ଖଣ୍ଡ ଗୋପାଳ ସମାଜର ଦୁଇଟି ସ୍ଥାନରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି।ଏହି ବ୍ଳକର ବେଗୁନିଆପଡା ସ୍ଥିତ ଶ୍ରୀଶ୍ରୀ ସିଦ୍ଧେଶ୍ଵର ମନ୍ଦିର ପରିସରରେ ବାରଙ୍ଗା ମୁଠା (ଖ) ପକ୍ଷରୁ ନନ୍ଦ ଉତ୍ସବ ପାଳିତ ହୋଇଥିବା ବେଳେ ଏହି ବ୍ଳକର ଏସ .ଛଚିନା ସ୍ଥିତ ଶ୍ରୀଶ୍ରୀ ଗୁପ୍ତେଶ୍ଵର ମନ୍ଦିର ପରିସରରେ ପଙ୍ଗାଳ ମୁଠା ପକ୍ଷରୁ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ସମ୍ମାନିତ ଅତିଥିଭାବେ ବ୍ଳକ ଅଧ୍ୟକ୍ଷା ରେଣୁ ଗୌଡ଼,ବ୍ଳକ ବିଜେଡି ସଭାପତି ସିମାଞ୍ଚଳ ସାମଲ,ଆସିକା ସମବାୟ ନିର୍ଦ୍ଦେଷକ ହୃଷିକେସ ମେହେଣା, ବ୍ରହ୍ମପୁର ସମବାୟ ନିର୍ଦ୍ଦେଶକ ଏମ୍ ସଞ୍ଜିବ ରାଓ, ସମାଜସେବୀ ମହେଶ୍ବର ବରାଡ, ସରପଞ୍ଚ ଶିବଶଙ୍କର ବାରିକ, ସନ୍ତୋଷ ସ୍ବାଇଁ,ପ୍ରତିନିଧି ଦଣ୍ଡୁ ପ୍ରଧାନ,ସମିତିସଭ୍ୟା ନୟନୀ ଗୌଡ଼,ପ୍ରତିନିଧି ଏ ସନ୍ତୋଷ ପାତ୍ର ଯୋଗଦେଇ ନନ୍ଦ ଉତ୍ସବର ତାତ୍ପର୍ଯ୍ୟ ଶ୍ରୀକୃଷ୍ଣଙ୍କ ଜୀବନି ଏବଂ ଗୋପାଳ ସମାଜର ଭୁମିକା ଉପରେ ଆଲୋକପାତ କରିଥିଲେ। ଗତ ବୁଧବାର ସକାଳେ ଶହ ଶହ ପୁରୁଷ ଓ ମହିଳାଙ୍କ ଦ୍ୱାରା କଳସ ଯାତ୍ରା ହୋଇଥିବା ବେଳେ ରାତିରେ ପୁଜା, ହୋମ,ଦସମାସ୍କନ୍ଦ ଭାଗବତ ପାଠ ସଂକିର୍ତ୍ତନ ଓ ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୁରୁବାର ଦିନ ବହୁ ଆଡମ୍ବରେ ନନ୍ଦ ଉତ୍ସବ ପାଳିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଶୁକ୍ରବାର ଦିନ ମୃଣ୍ମୟ ପ୍ରତିମା ବିସର୍ଜନ ଓ ଦହି ହାଣ୍ଡି ଭଗ୍ନ କାର୍ଯ୍ୟକ୍ରମ ବ୍ୟବସ୍ଥା ମଧ୍ୟ କରାଯାଇଛି। ବାରଙ୍ଗ ମୁଠା(ଖ) ସଭାପତି ଗୋପିନାଥ ଗୌଡ଼, ଉପସଭାପତି ବ୍ରଜସୁନ୍ଦର ମହାଙ୍କୁଡ, ସଂପାଦକ ସୁରେସ ଗୌଡ଼, କୋଷାଧକ୍ଷ ସାରଥି ଗୌଡ଼, ସହସଂପାଦକ ଗନ୍ତେଇ ଗୌଡ଼ଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପଙ୍ଗାଳ ମୁଠା କାର୍ଯ୍ୟକ୍ରମର ସଭାପତି ବଂଶିଧର ଗୌଡ଼, ଉପସଭାପତି ପାଣୁ ଗୌଡ଼, ସଂପାଦକ ସରତ ଚନ୍ଦ୍ର ଗୌଡ଼, କୋଷାଧକ୍ଷ ଭାଗ୍ୟରବି ଗୌଡ଼,ସହ ସଂପାଦକ ବିଦୁର ଗୌଡ଼, ମହେନ୍ଦ୍ର ଗୌଡ଼ ଓ ଗୋପୀ ଗୌଡ଼ ପରିଚାଳନା କରିଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.