ଶାନ୍ତି ସ୍ରୋତ ଭବନରେ ଗୁରୁ ଦିବସ ପାଳିତ ।

0 107

ଭଞ୍ଜନଗର, ୬/୯(ପିପିଟି):ଭଞ୍ଜନଗର ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ସ୍ରୋତ ଭବନରେ ଗୁରୁ ଦିବସ ପାଳନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡ଼. କୃତ୍ତିବାସ ବିଶ୍ୱାଳ, ସାବିତ୍ରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ସୁଭାଷିନୀ ଦେବୀ, ତେଜସ୍ୱିନୀ ସ୍ବେଛାସେବୀ ଅନୁଷ୍ଠାନ ଭଞ୍ଜନଗର ଶାଖାର ନିର୍ଦ୍ଦେଶିକା ଜ୍ୟୋତି ସିଂ ଡୁଡୁ,ରାଜ ଯୋଗିନୀ ସନ୍ତୋଷିନୀ ଦେବୀ ମଞ୍ଚରେ ଉପସ୍ଥିତ ଥିଲେ।ଗୁରୁ ଦିବସ ପାଳନ ଓ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଅତିଥିମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଓମ ଶାନ୍ତି ପରିବାର ତରଫରୁ ଉପସ୍ଥିତ ଥିବା ଗୁରୁ ଓ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସମାଜସେବୀ ଶୁଳପାଣି ଶତପଥୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ଶାନ୍ତି ସ୍ରୋତ ଭବନର ସମସ୍ତ ସଦସ୍ୟା ସହଯୋଗ କରିଥିଲେ।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.