ପ୍ରଥମ କୋଶଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ବୌଦ୍ଧ ଫାଇନାଲକୁ ପ୍ରବେଶ ।

0 273

ଉଲୁଣ୍ଡା ,୨୬/୦୮(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ଆଜି ପ୍ରଥମ କୋସଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଆୟୋଜକ ସଭାପତି ସାମ୍ବାଦିକ କିଶୋର କୁମାର ହୋତାଙ୍କ ଉଦ୍ୟମ କ୍ରମେ ଦୁଇଦିନ ଧରି ହେବାକୁ ଥିବା ଏହାର ଉଦଘାଟନୀ ମ୍ୟାଚକୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ଲିଗ ମ୍ୟାଚ ବୀରମହାରାଜପୁର ଓ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବୌଦ୍ଧ ବୀରମହାରାଜପୁର କୁ ୬-୦ ଗୋଲରେ ହରାଇ ସେମିଫାଇନାଲ ରେ ପ୍ରବେଶ କରିଥିବାବେଳେ ଦ୍ଵିତୀୟ ଲିଗ ମ୍ୟାଚରେ କଳାପାଟ ସୋନପୁର ଓ ଜେ.କେ.ଏଫ. ସି ହୀରାକୁଦ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ସୋନପୁର କୁ ୨ -୦ ଗୋଲ ରେ ହରାଇ ସେମି ଫାଇନାଲ ରେ ପ୍ରବେଶ କରିଥିଲା । ହୀରାକୁଦ ଏବଂ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ସେମି ଫାଇନାଲ ମ୍ୟାଚରେ ୩-୦ଗୋଲ ରେ ବୌଦ୍ଧ ହୀରାକୁଦ କୁ ହରାଇ ଫାଇନାଲ ରେ ପ୍ରବେଶ କରିଛି । ଏଥିରେ ପର୍ଶୁରାମ ଦେହୁରୀ, କିଶୋର ମୋହନ ଡାଙ୍ଗ, ଇଁ ଆଶ୍ରୟ ମହାନନ୍ଦ, ଭୂଷଣ କୁମାର ପାତ୍ର, ଅର୍ଜୁନ ପ୍ରସାଦ ହୋତା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିବାବେଳେ ଚିକୁ ପଣ୍ଡା, ସିଦ୍ଧାର୍ଥ ପାତ୍ର, ପ୍ରଶାନ୍ତ ସେଠି, ରାଜେଶ ଥନାପତି ପ୍ରମୁଖ ଖେଳ ପରିଚଳନା କରିଥିଲେ । ଅଭିମନ୍ୟୁ ବଗର୍ତ୍ତୀ ମ୍ୟାଚର ଧାରାବିବରଣୀ ପ୍ରଦାନ କରିଥିଲେ ।

ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.