କୋଦଳା,୨୪/୦୮(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରି ସ୍ଥିତ ଶନିଦେବଙ୍କ ନିକଟ ବାଲିବଣ ପଡିଆରେ ଆସନ୍ତା ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହବ । ଏଥିରେ 5t ସଚିବ ଭି.କେ.ପାଣ୍ଡିଆନ ଯୋଗ ଦେଇ ଶୁଣିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜୋର ସୋର ପ୍ରସ୍ତୁତି ଚାଲିଛି । ଗୁରୁବାର ଦିନ ବିଜେଡି ସଂଗଠନକ ସମ୍ପଦକ ପ୍ରଣାବ ପ୍ରକାଶ ଦାସ ଉକ୍ତ ସଭାସ୍ଥଳକୁ ଆସି ପ୍ରସ୍ତୁତି କାର୍ଯ୍ୟକୁ ନିରୀକ୍ଷଣ କରିଛନ୍ତି । ଅଭିଯୋଗ କରିବା ପାଇଁ ଆସିବାକୁ ଥିବା ଜନସାଧରଣ କିଭଳି ଭାବେ ଶୁଙ୍ଖଳିତ ଭାବେ ଆସି ନିଜ ନିଜ ଅଭିଯୋଗ କରିପାରିବେ । ଆଇନି ଶୃଙ୍ଖଳା ବ୍ଯବସ୍ଥା, ହେଲି ପେଡ ବ୍ଯବସ୍ଥା, ପାନୀୟଜଳ ବ୍ଯବସ୍ଥା ଆଦି ଵିଷୟରେ ଆଲୋଚନା କରିଥିଲେ । ଏଥିରେ କବିସୂର୍ଯ୍ଯନଗର ବିଧାୟିକା ଲତିକା କୁମାରୀ ପ୍ରଧାନ ସମେତ ବହୁ ଜନ ପ୍ରତିନିଧି ବିଜେଡି କର୍ମ ଉପସ୍ଥିତ ରହି ଆଲୋଚନା କରିଥିଲେ । ଏଥିସହ ନିକଟରେ ଥିବା ଶନି ମନ୍ଦିର ବୁଲି ଦେଖିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)
Prev Post