ଭଞ୍ଜନଗର,୨୦/୦୮(ପିପିଟି):ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ବିଞ୍ଝଗିରି ବିଟର ଯୋଗୀମାରି ଗ୍ରାମ ନିକଟ ଏକ ଫାର୍ମ ମଧ୍ୟରୁ ବିରାଟ ବୋଡା ସାପକୁ ବନ ବିଭାଗ ଉଦ୍ଧାର କରିଛି। ଗ୍ରାମର ମଣ୍ଟୁ ପ୍ରଧାନ ଙ୍କ କୁକୁଡ଼ା ଫାର୍ମରେ ସାପଟି ରହିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ସୁରକ୍ଷିତ ଭାବେ ଉଦ୍ଧାର କରି ବନ ବିଭାଗ କୁ ଖବର ଦେଇ ଥିଲେ। ଏହା ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁ ଓ ସନ୍ତୋଷ କୁମାର ପ୍ରଧାନ ସେଠାରେ ପହଁଚି ସାପ ଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଗଣ୍ଡିଶୂଳା ନିକଟରେ ଛାଡି ଥିବା ଜଣାପଡିଛି। ସାପଟିର ଲମ୍ବ ୫ ଫୁଟରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।
ରିପୋର୍ଟ-ଜେ କେ ପଟ୍ଟନାୟକ