ଟାଟା ବିରୋଧି ଆନ୍ଦୋଳନ ସମୟରେ ଇନ୍ସପେକ୍ଟରଙ୍କୁ ହତ୍ଯା ଘଟଣାରେ ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ।
ବ୍ରହ୍ମପୁର,୩୧/୦୭(ପିପିଟି): ୧୯୯୮ ମସିହାର ଏକ ମାମଲାରେ ବ୍ରହ୍ମପୁରର ଏଡିଜେ-୩ କୋର୍ଟ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି । ନାରାୟଣଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୧୯୯୮ ମସିହାରେ ଟାଟା ଜମି ଅଧିଗ୍ରହଣ ବେଳେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ । ଉଲ୍ଲେଖ ଥାଉ କି ୧୯୯୮ ମସିହାରେ ଗଞ୍ଜାମ ଜିଲ୍ଲା ସିନ୍ଧି ଗାଁରେ ଟାଟା ଅଧିକୃତ ଜମିକୁ ନେଇ ସ୍ଥାନୀୟ ଲୋକଙ୍କ ସହ ଏକ ସଭା ହୋଇଥିଲା। ସଭା ଚାଲିଥିବାବେଳେ ହଠାତ୍ ଗଣ୍ଡଗୋଳ ହୋଇଥିଲା। ଏଥିରେ ପୁଲିସ୍ ଆର୍ଆଇ(ରିଜର୍ଭ ଇନ୍ସପେକ୍ଟର) ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା । ୨୨ଜଣଙ୍କ ମଧ୍ୟରୁ ୮ଜଣଙ୍କ ମୃତ୍ୟୁ ହୋଇସାରିଛି । ଆଉ ଏବେ ନାରାୟଣଙ୍କ ସମେତ ୧୩ଜଣଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟରୁ କଡ଼ା ସୁରକ୍ଷା ଭିତରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲକୁ ପଠାଇଦିଆଯାଇଛି।ମକଦ୍ଦମା ପରିଚାଳନା କରୁଥିବା ସ୍ୱତନ୍ତ୍ର ପିପି ନିରଞ୍ଜନ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଦୋଷୀଙ୍କ ଭିତରେ ଜଣେ ପକ୍ଷାଘାତ ରୋଗୀ ଅଛନ୍ତି।