ବୀରମହାରାଜପୁର କଲେଜର ୫-ଟି ରୁପାନ୍ତର କାର୍ଯ୍ୟ ପାଇଁ ଉପଜିଲ୍ଲାପାଳଙ୍କ ସମିକ୍ଷା ପ୍ରସ୍ତୁତି ବୈଠକ ।

0 256

ଉଲୁଣ୍ଡା ,୨୯/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକରେ ଥିବା ତିନୋଟି କଲେଜର ୫-ଟି ରୁପାନ୍ତର ପାଇଁ ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଙ୍କ ସମିକ୍ଷା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
କଲେଜରେ ପହଞ୍ଚିବାପରେ ପରିଚାଳନା ସମିତିର ସଭାପତି ଆଇନଜୀବୀ ସ୍ୱୟମ୍ଭୁ ନାଥ ଖଣ୍ଡଗିରି, ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ, ଅଧ୍ୟାପକ ବିରଞ୍ଚିନାରାୟଣ ମିଶ୍ର ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଉପଜିଲ୍ଲାପାଳ ପ୍ରସ୍ତାବିତ ସ୍ମାର୍ଟ ଶ୍ରେଣୀ କକ୍ଷ, ପାଠାଗାର ଓ ପଠନ କକ୍ଷ,ବିଜ୍ଞାନଗାର, ଶୌଚାଳୟ ଆଦି ପରିଦର୍ଶନ କରିଥିଲେ । କଲେଜର ୫-ଟି ରୂପାନ୍ତରିକରଣ କାର୍ଯ୍ୟ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସମାପ୍ତ ହେବାର ସ୍ପଷ୍ଟ ସରକାରୀ ନିର୍ଦେଶ ଥିବାରୁ ଏହି ସଂକ୍ରାନ୍ତୀୟ ଆବଶ୍ୟକ ଭିତ୍ତିଭୂମି ଖୁବ ଶୀଘ୍ର ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଥିଲେ । ଉପଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟାଯେ ଗତ କିଛିଦିନ ପୂର୍ବେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ସୁବର୍ଣ୍ଣପୁର ଜ଼ିଲ୍ଲାର ସମସ୍ତ କଲେଜକୁ ୫-ଟି ରେ ଅନ୍ତର୍ଭୁକ୍ତ ହୋଇଥିବା ଘୋଷଣା କରିଥିଲେ । ଏହାପରେ ଏହି କଲେଜକୁ ଏକ କୋଟି ଟଙ୍କାର ଅନୁଦାନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ମିଳି ସାରିଛି । ଏହି ଅର୍ଥରେ କଲେଜର ଭିତ୍ତିଭୂମି ସୁଦୃଢ କରାଯିବା ସହିତ ଉଚ୍ଚଶିକ୍ଷାର ବିକାଶ ସମ୍ପର୍କିତ ଉପକରଣ କିଣାଯିବ । ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବା ବୋଲି ଭରପ୍ରାପ୍ତ ଅଧ୍ୟକ୍ଷ ଡ.ପାଢ଼ୀ ପ୍ରକାଶ କରିଛନ୍ତି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.