ପଛୁଆବର୍ଗ ମାନ୍ୟତା ଦାବି ନେଇ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ରାଜଶ୍ରୀ ବଳାସୀ ସମାଜ ପ୍ରତିନିଧି ଦଳ ।

0 262

ପୋଲସରା ୨୮/୦୭(ପିପିଟି):ରାଜଶ୍ରୀ ବଳାସୀ ସମାଜକୁ ପଛୁଆବର୍ଗ ମାନ୍ୟତା ପାଇବ! କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଏ ନେଇ ପ୍ରତିଶ୍ରୁତି ଦେବାପରେ ଏମିତି ଏକ ସମ୍ଭାବନା ସୃଷ୍ଟି ହୋଇଛି ।ସୂଚନା ଯୋଗ୍ୟ ଯେ, ପୁର୍ବରୁ ବିଭିନ୍ନ ସମୟରେ ରାଜଶ୍ରୀ ବଳାସୀ ସମାଜକୁ ପଛୁଆବର୍ଗ  ମାନ୍ୟତା ଦେବାପାଇଁ ଦାବିହୋଇ ଆସୁଥିଲା । ଆଜି ରାଜଶ୍ରୀ ବଳାସୀ ସମାଜର କେନ୍ଦ୍ରୀୟ ଉପସଭାପତି ଦୀନବନ୍ଧୁ ସାହୁ ଏବଂ ପୂର୍ବତନ ସମ୍ପାଦକ ତଥା କେନ୍ଦ୍ରସଭ୍ୟ ଚନ୍ଦ୍ରଶେଖର ସାହୁ ମାନ୍ୟବର କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗରେ ମାନ୍ୟବର କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡ଼ଃ. ବୀରେନ୍ଦ୍ର କୁମାରାଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ସାକ୍ଷାତ କରି ଆବଶ୍ୟକୀୟ ଦଲିଲ ସହିତ ଦୃଢ ଦାବୀ ଉପସ୍ଥାପନ କରିଥିଲେ ।ମାନ୍ୟବର ମନ୍ତ୍ରୀ ସମସ୍ତ ଦଲିଲ ଦେଖିବା ପରେ ଏ ଦିଗରେ ପଦକ୍ଷେପ ନେବାପାଇଁ ପ୍ରତିଶୃତି ପ୍ରଦାନ କରିଥିବା ଜଣାପଡିଛି । ଏଥିପାଇଁ ରାଜଶ୍ରୀ ବଳାସୀ ସମାଜରେ ଖୁସିର ଲହରୀ ଖେଳିଯାଇଛି । ଦୀର୍ଘ ଦିନର ଦାବିକୁ ବିଚାର କରି ଏ ଦିଗରେ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଥିବାରୁ ରାଜଶ୍ରୀ ବଳାସୀ ସମାଜର କେନ୍ଦ୍ରାପରିଷଦ ଏବଂ ଅଭ୍ୟର୍ଥନା ପରିଷଦ ତରଫରୁ ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.