ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଏଲଏଲଏମ ପାଠ୍ଯକ୍ରମ ବନ୍ଦ ପ୍ରତିବାଦରେ ଏଆଇୱାଇଏଫ ପକ୍ଷରୁ ସ୍ମାରକପତ୍ର ପ୍ରଦାନ।

0 413

ବ୍ରହ୍ମପୁର,୧୯/୦୭(ପିପିଟି):ଦକ୍ଷିଣ ଓଡ଼ିଶାର ସୁନାମଧନ୍ୟ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଦୀର୍ଘବର୍ଷ ଧରି ଚାଲିଥିବା ଏଲ୍ଏଲ୍ଏମ୍  ପାଠ୍ୟକ୍ରମକୁ ଚଳିତ ଶିକ୍ଷା ବର୍ଷ ୨୩-୨୪ରେ ପିଜି କାଉନସିଲ ଅଧକ୍ଷଙ୍କ ଦ୍ୱାରା ଶିକ୍ଷକ ଅଭାବ ଦର୍ଶାଇ  ପାଠ୍ୟକ୍ରମ ବନ୍ଦ କରିବା ଫଳରେ ଉଚ୍ଚ ସ୍ନାତକ ବିଭାଗରେ ଛାତ୍ର ଛାତ୍ରୀ ପଢ଼ିବାରୁ ବଞ୍ଚିତ ହେବାକୁ ଯାଉଛନ୍ତି । ରାଜ୍ୟ ସରକରଙ୍କ ଇଚ୍ଛା ଶକ୍ତିର ଅଭାବ ହେତୁ ଗଞ୍ଜାମ ଜିଲ୍ଲାର ସୁନାମଧନ୍ୟ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରୁ ସୃଷ୍ଟି ହୋଇପାରିଥିବା ବହୁ ରାଜ ନେତା, ବିଶିଷ୍ଟ ଆଇନଜୀବୀ, ନ୍ୟାୟାଧୀଶ ଓଡିଶାର ବିଭିନ୍ନ ନ୍ଯାୟାଳୟରେ ନ୍ୟାୟାଧୀଶ କର୍ଯ୍ୟ କରିବାରେ ସହାୟକ ହୋଇପାରିଛି ।ପରିତାପର ବିଷୟ ଶିକ୍ଷକ ଅଭାବ ଦେଖାଇ ତାହାକୁ ବନ୍ଦ କରିଦେଇଛନ୍ତି । ଅଖିଳ ଭରତ ଯୁବ ସଂଘ  ପକ୍ଷରୁ ଓଡ଼ିଶା ରାଜ୍ୟ ସରକାର ଓ ମୋ ସରକାରଙ୍କ 5T ସଚିବଙ୍କୁ ଆରଡିସିଙ୍କ ଜରିଆରେ ଦାବିପତ୍ର ଦିଆଯାଇଛି । ପୁନର୍ବିଚାର କରି ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦେଇ ପୂର୍ବ ପରି ଛତ୍ର ଛାତ୍ରୀଙ୍କୁ ପଢ଼ିବାର ସୁଯୋଗ ଦେବ ସହିତ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଅବସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ର ଯେଉଁ ଐତିହ୍ଯ ରହିଛି ତାକୁ ହୃଦୟଙ୍ଗମ କରି  ଉକ୍ତ ମହାବିଦ୍ୟାଳୟରେ ନୂତନ ଅଧ୍ୟାପକ, ନିଯୁକ୍ତି କରି ଶିକ୍ଷା କ୍ଷେତ୍ରରେ ଅନୁଷ୍ଠାନର ମର୍ଯ୍ୟାଦା ରଖିବା ସହ ଗଂଜାମ ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ଆଇନ ଶିକ୍ଷାରେ ଭବିଷ୍ୟତ ଗଠନରେ ସହଯୋଗ କରାଯାଉ ବୋଲି ଦାବି କରାଯାଇଛି ।ନେଇଥିବା ନିଷ୍ପତ୍ତିକୁ ପ୍ରତ୍ଯାହର କରନ୍ତୁ । ଯଦି ସରକାର ଏହାକୁ କର୍ଣ୍ଣପାତ ନ କରନ୍ତି ତାହାହେଲେ ଅଖିଳ ଭାରତ ଯୁବ ସଙ୍ଘ ଆନ୍ଦୋଳନ କରିବାକୁ ବାଧ୍ୟ ହେବ । ଆଜିର ପ୍ରତିବାଦ ସଭାରେ ଅଖିଳ ଭାରତ ଯୁବ ସଙ୍ଘର ରାଜ୍ୟ ସଭାପତି ସାଥି ପ୍ରଦୀପ ସେଠି, ଜିଲ୍ଲା ସମ୍ପାଦକ କାମଦେବ ନାହାକ, ବ୍ରହ୍ମପୁରର ଜୋନାଲ ସମ୍ପାଦକ ସାଥି ମହେନ୍ଦ୍ର ପାତ୍ର,କୃଷ୍ଣ ଚନ୍ଦ୍ର ବେହେରା, ଋତୁରାଜ ପଠସାରଥୀ, ରାକେଶ ଡାକୁଆ, ସୌମ୍ଯରଞ୍ଜନ ନାୟକ, ରାଜେନ୍ଦ୍ର ସାହୁ, ସୂର୍ଯ୍ୟ ନାରାୟଣ ପ୍ରଧାନ,କୁଞ୍ଜ ବିହାରୀ ସାହୁ ପ୍ରମୁଖ ଅଂଶ ଗହଣ କରିଥିଲେ ।

Leave A Reply

Your email address will not be published.