ନାଗେଶ୍ଵର ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0 247

ଉଲୁଣ୍ଡା ,୧୭/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମରେ ନାଗେଶ୍ବର ଯୁବକ ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ପ୍ରକୃତି ବନ୍ଧୁ ହୃଷୀକେଶ ଦେହେରୀ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉଲୁଣ୍ଡା ହସ୍ପିଟାଲ୍ ର ଡିଇଓ ରାଜେନ୍ଦ୍ର କୁମାର ଦେହୁରୀ । ସମସ୍ତ ଙ୍କୁ ଶପଥ ପାଠ କରାଇ ଗଛ ଲଗାଇବା ସହିତ ସୁରକ୍ଷିତ ରଖିବା ପାଇଁ ମତ ରଖିଥିଲେ। ସଂଘର ସମସ୍ତ ସଦସ୍ୟ ସୁଶାନ୍ତ ଥନାପତି,ମନୋଜ ଥନାପତି,ବିନୋଦ ଥନାପତି,ମନୋଜ ପଧାନ,ହୃଷିକେଶ ପଧାନ, ଆଦେଶ ଥନାପତି,ଚିତ୍ତରଞ୍ଜନ ଦେହୁରୀ,ମାନସ ପୁରୋହିତ,ସରୋଜ ପଧାନ ତଥା ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ବ୍ୟାସଦେବ ଜାନୀ ପରିଚାଳନା କରିଥିବାବେଳେ ସିକୁନ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.