୫-ଟି ସଚିବ ଭି କେ ପାଣ୍ଡିଆନ ଙ୍କ ସୁବର୍ଣ୍ଣପୁର ଗସ୍ତ : ପାତାଳି ଶ୍ରୀକ୍ଷେତ୍ରରେ ଜଗନ୍ନାଥ ଙ୍କ ଦର୍ଶନରୁ ଆରମ୍ଭ ।

0 229

ଉଲୁଣ୍ଡା ,୦୪/୦୭(ପିପିଟି): ଆଜି ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କେ ପାଣ୍ଡିଆନ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ପ୍ରଥମେ ସକାଳ ୯ଘଣ୍ଟା ରେ ଉଲୁଣ୍ଡା ବ୍ଲକର ପ୍ରସିଦ୍ଧ ତଥା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାତାଳି ଶ୍ରୀକ୍ଷେତ୍ରରେ ହେଲିକପ୍ଟର ଯୋଗେ ପହଞ୍ଚି ପ୍ରଥମେ ଜଗନ୍ନାଥ ଦର୍ଶନ କରି ସେଠାରେ ସେ ସେବାୟତ ମାନଙ୍କ ସହ କଥାବାର୍ତ୍ତା କରିଥିଲେ ସେଠାରେ ପାତାଳି ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରାଯିବା ସହ ସମଗ୍ର ପାତାଳି ଶ୍ରୀକ୍ଷେତ୍ର ର ପାରିପାର୍ଶ୍ବିକ ଉନ୍ନତି ସହ ସେଠାରେ ଜଗନ୍ନାଥ ଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ସେ ମଧ୍ୟ ସେଠାରେ ଉପସ୍ଥିତ ଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କୁ ଶିଘ୍ର ଡିପିଆର୍ ପ୍ରସ୍ତୁତ କରି ପଠାଇବାକୁ କହିଥିଲେ। ଆନୁସଙ୍ଗିକ କିଛି କାମପରେ ଖୁବ ଶିଘ୍ର ଏହି ପୀଠର ଉନ୍ନୟନ କାମ ଆରମ୍ଭ କରାଯିବ ବୋଲି ମଧ୍ୟସେ ପ୍ରକାଶ କରିଥିଲେ।ପରେ ସେ ସେଠାକାର ବୌଦ୍ଧିକ ମଣ୍ଡପରେ ଉପସ୍ଥିତ ଜନତା ତଥା ମାଁ ମାନଙ୍କୁ ସମ୍ବୋଧିତ କରୀ ଏହି ପବିତ୍ର ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ମତେ ଏଠାକୁ ପଠାଇଛନ୍ତି ଖୁବଶୀଘ୍ର ଏହିପୀଠର ବିକାଶ କରାଯିବ ବୋଲି ପ୍ରକାଶ କରି ପରେ ଉଲୁଣ୍ଡା ଯାଇ ସେଠାରେ ଉପସ୍ଥିତ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କୁ ତାଙ୍କର ହାଲଚାଲ ବୁଝିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ଜନହିତକର କାର୍ଯ୍ୟକ୍ରମ ସବୁ ର ସଫଳତା ଆପଣମାନେ କେମିତି ପାଉଛନ୍ତି ବୋଲି ଉପସ୍ଥିତ ମାଁ ମାନଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଥିଲେ ସେଠାରୁ ସେ ଚଡେଇପଙ୍କଠାରେ ମେଗାଲିଫ୍ଟ ପରିଦର୍ଶନ କରିଥିଲେ। ପରେ ବିନିକାର ପାପକ୍ଷୟ ଘାଟ, ଭୀମଭୋଇ ସମଧିପୀଠ ଖଲିଆପାଲି, ସାଗରପାଲି ସ୍ଥିତ ୫-ଟିରେ ଅନ୍ତର୍ଭୁକ୍ତ ଥିବାଗଙ୍ଗାଧର ହାଇ ସ୍କୁଲ ପରିଦର୍ଶନ କରିଥିଲେ। ପରେ ମୁକୁନ୍ଦପୁର ସ୍ଥିତ ଆଶ୍ରମ ସ୍କୁଲରେ ମଧ୍ୟାହ୍ନଭୋଜନ କରି ଡୁଙ୍ଗରିପାଲି ର ସହେଲାରେ ଜନସାଧାରଣଙ୍କ ସହ ଭାବବିନିମୟ କରିବେ ପରେ ସୋନପୁର ସହରରେ ରାମେଶ୍ୱର ଘାଟ,ସୁରେଶ୍ୱରୀ ମନ୍ଦିର, ସୁବର୍ଣ୍ଣମେରୁ ମନ୍ଦିର, ରିଂରୋଡ୍, ଏମସିଏଚ୍,ବଡ଼ଝିଙ୍କି ଠାରେ ନିର୍ମାଣଧିନ ଥିବା ଟେକ୍ସଟାଇଲହବ୍ ସହ ବିଭିନ୍ନ ଉନ୍ନୟନ ମୂଳକକାମ ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଇ ସ୍ଥାନୀୟ ସର୍କିଟ ହାଉସ ରେ ରାତ୍ରୀଯାପନ କରି ତା ଆସନ୍ତା କାଲି ବୌଦ୍ଧ ଜିଲ୍ଲା ଗସ୍ଥରେ ଯିବେବୋଲି ଜଣାପଡିଛି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.