ମା’ଶାଙ୍କୁଳେଇଙ୍କ ପୀଠରେ ପିପୁଲସ୍ ହାଇସ୍କୁଲର ୧୯୮୨ର (ଏକାଦଶ)ମେଟ୍ରିକ ଛାତ୍ରଙ୍କ ବନ୍ଧୁ ମିଳନ ।

0 136

ପୋଲସରା ,୧୩/୦୬(ପିପିଟି):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ଗ୍ରାମ ନିକଟସ୍ଥ ମା’ଶାଙ୍କୁଳାଇଙ୍କ ପୀଠ କଲ୍ୟାଣ ମଣ୍ଡପରେ ପିପୁଲସ୍ ହାଇସ୍କୁଲରେ ୧୯୮୨ ସାଲରେ ଅଧ୍ୟୟନ କରୁଥିବା (ଏକାଦଶ) ମେଟ୍ରିକ ଛାତ୍ରଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହରପ୍ରସାଦ ଦାଶଙ୍କ ତତ୍ବାବଧାନରେ ଚିନାରି. କେଦାରନାଥ ଚୌଧୁରୀ,ପଦ୍ମଚରଣ ପ୍ରଧାନ,ଅଶୋକ ପାଢୀ,ତ୍ରିଲୋଚନ ପଣ୍ଡା,ଗୌର ପ୍ରସାଦ ରାଉତ,ପ୍ରଶାନ୍ତ କୁମାର ଦାଶ,ସିମାଞ୍ଚଳ ଖଟାଇ,ସୁରେନ୍ଦ୍ର ନାଥ ପାଣି ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ କେଦାରନାଥ ଦାଶ, ଉ.ଗଣେଶ ପାତ୍ର,ଉ.ସିମାଞ୍ଚଳ ପାତ୍ର,ସୁଶାନ୍ତ କୁମାର ଜେନା,ଅବନୀ କୁମାର ସାହୁ,ଡି.ସନ୍ତୋଷ କୁମାର ପାତ୍ର,ପ୍ରଭାକର ନାୟକ,ରାଜେନ୍ଦ୍ର କୁମାର ପାତ୍ର ଉକ୍ତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ସର୍ବପ୍ରଥମେ ୧୯୮୨ ବ୍ୟାଚ୍ ରେ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କ ମଧ୍ୟରୁ ଯେଉଁମାନେ ଆମ ଗହଣରୁ ଆମକୁ ଛାଡି ସବୁଦିନ ପାଇଁ ପରପାରିକୁ ଚାଲିଯାଇଛନ୍ତି ସେମାନଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ଉଦ୍ଦେଶ୍ଯରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବା ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଥିଲେ । ତା’ପରେ ହାଇସ୍କୁଲ ଛାଡିବାର ଦୀର୍ଘ ଏକଚାଳିଶ ବର୍ଷ ପରେ ଏକାଦଶ ଶ୍ରେଣୀ ଆଉ ଏଗାର ତାରିଖର ଏକ ଶୁଭଲଗ୍ନରେ ବନ୍ଧୁ ମିଳନ ହେବା ନେଇ ସମସ୍ତ ବନ୍ଧୁମାନେ ଖୁସି ବ୍ୟକ୍ତି କରି ନିଜ ନିଜର ଅଭିମତ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ତିରିଶରୁ ଉର୍ଦ୍ଧ୍ବ ବନ୍ଧୁଙ୍କ ମିଳନ ହୋଇଥିଲା ।

ରିପୋର୍ଟ -ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.