ଧର୍ମଶାଳା ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ: ବିଧାୟକ ହିମାଂଶୁ ଙ୍କ ବିକାଶ ଓ ଜନସମସ୍ୟା ଉପରେ ଗୁରୁତ୍ୱ ।

0 0

ଯାଜପୁର ,୦୨/୦୯(ପିପିଟି): ଧର୍ମଶାଳା ପଞ୍ଚାୟତ ସମିତି ସଭାଗୃହରେ ପଞ୍ଚାୟତ ସମିତିର ତ୍ରୟୋଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ଓ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ବୈଠକରେ ରାସ୍ତାଘାଟ, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ସମେତ ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗ ଏବଂ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ତ୍ୱରିତ ସମାଧାନ କରିବା ସହ ଧର୍ମଶାଳା ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ସମସ୍ତେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ।

ଅଧିବେଶନରେ ପଞ୍ଚାୟତ ସମିତିର ଜନପ୍ରତିନିଧି, ସଦସ୍ୟସଦସ୍ୟାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.