ଗର୍ଭବତୀ ମହିଳାଙ୍କୁ ମିଳୁନାହିଁ ସରକାରୀ ସ୍ୱାସ୍ଥ୍ୟସେବା ।

0 9

ଉଲୁଣ୍ଡା ,୦୩୵୦୬(ପିପିଟି): ସୁବର୍ଣ୍ଣପୁର ଜିଲ୍ଲାସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାମ୍ଭିପାଲି ଗାଁ ଅଙ୍ଗନୱାଡି କେନ୍ଦ୍ର ରେ ଦୀର୍ଘ ଦେଢ଼ବର୍ଷ ଧରି ତାଲା ଝୁଲୁଛି ଜଣାଯାଇଛି । ଗ୍ରାମର ୱାର୍ଡ ମେମ୍ବର ସବିତା ବିଶ୍ୱାଳ ଙ୍କ ଉଦ୍ୟମ କ୍ରମେ ସିଡିପିଓ ଜ୍ୟୋସ୍ନାମୟୀ ପଣ୍ଡା ଘଟଣା ସ୍ଥଳ ରେ ପହଞ୍ଚି ଗ୍ରାମବାସି ଙ୍କ ସହ ଆଲୋଚନା କରିଥିଲେ । ଗ୍ରାମ ରେ ଥିବା ୪୬ ପରିବାର ର ମଧ୍ୟରୁ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ମିଳୁନାହିଁଓ ପୃଷ୍ଟିକର ଖାଦ୍ୟ ସହ ସରକାରୀ ସ୍ୱାସ୍ଥ୍ୟ ସେବା ସୁବିଧା ମିଳୁନଥିବା ଗ୍ରାମବାସୀ ମାନେ ଏଭଳି ଅଭିଯୋଗ ଆଣିଥିଲେ । ପରେ ସିଡିପିଓ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଙ୍କୁ ଡକାଇ ସତ୍ୟା ସତ୍ୟ ଜାଣିବା କୁ ଚାହିଁଥିଲେ । ଗ୍ରାମବାସୀ ଉକ୍ତ ଅଙ୍ଗନୱାଡ଼ି କର୍ମୀ ବିଭିନ୍ନ ଦୁର୍ନୀତି ରେ ଲିପ୍ତ ରହିଥିବା ବେଳେ ରନ୍ଧନ ଖାଦ୍ୟ, ଛତୁଆ ଓ ଅଣ୍ଡା ସଠିକ ଭାବରେ ଦେଉନଥିବା ଅଭିଯୋଗ କରିଥିଲେ । ଅଙ୍ଗନୱାଡି କର୍ମୀଙ୍କୁ କାର୍ଯ୍ୟରୁ ଅନ୍ତର କରାନଗଲେ ତାଲା ଖୁଲିବୁ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ । ପୂର୍ବରୁ ଏଭଳି ବାରମ୍ବାର ବୈଠକ ବସି କେନ୍ଦ୍ର ଖୋଲିବାକୁ ପ୍ରୟାସ କରି ପ୍ରଶାସନ ବିଫଳ ହୋଇ ଥିବା ଜଣାଯାଇଛି । ଉକ୍ତ ଆଲୋଚନା ମହିଳା ଓ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି। ବୀରମହାରାଜପୁର ବ୍ଲକ ଖଣ୍ଡହତା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାମ୍ଭିପାଲି ଗାଁ ଅଙ୍ଗନୱାଡି କେନ୍ଦ୍ର ରେ ଦୀର୍ଘ ଦେଢ଼ବର୍ଷ ଧରି ତାଲା ଝୁଲୁଥିବା ଜଣାଯାଇଛି । ଗ୍ରାମର ୱାର୍ଡ ମେମ୍ବର ସବିତା ବିଶ୍ୱାଳ ଙ୍କ ଉଦ୍ୟମ କ୍ରମେ ସିଡିପିଓ ଜ୍ୟୋସ୍ନାମୟୀ ପଣ୍ଡା ଘଟଣା ସ୍ଥଳ ରେ ପହଞ୍ଚି ଗ୍ରାମବାସି ଙ୍କ ସହ ଆଲୋଚନା କରିଥିଲେ । ଗ୍ରାମ ରେ ଥିବା ୪୬ ପରିବାର ର ମଧ୍ୟରୁ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ମିଳୁନାହିଁ ପୃଷ୍ଟିକର ଖାଦ୍ୟ ଓ଼ ସରକାରୀ ସ୍ୱାସ୍ଥ୍ୟ ସେବା ମିଳୁ ନା ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପରେ ସିଡିପିଓ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଙ୍କୁ ଡକାଇ ସତ୍ୟା ସତ୍ୟ ଜାଣିବା କୁ ଚାହିଁଥିଲେ । ଗ୍ରାମବାସୀ ଉକ୍ତ ଅଙ୍ଗନୱାଡ଼ି କର୍ମୀ ବିଭିନ୍ନ ଦୁର୍ନୀତି ରେ ଲିପ୍ତ ରହିଥିବା ବେଳେ ରନ୍ଧନ ଖାଦ୍ୟ, ଛତୁଆ ଓ ଅଣ୍ଡା ସଠିକ ଭାବରେ ଦେଉନଥିବା ଅଭିଯୋଗ କରିଥିଲେ l ଅଙ୍ଗନୱାଡି କର୍ମୀଙ୍କୁ କାର୍ଯ୍ୟରୁ ଅନ୍ତର କରାନଗଲେ ତାଲା ଖୋଲିବୁ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ ।ପୂର୍ବରୁ ଏଭଳି ବାରମ୍ବାର ବୈଠକ ବସି କେନ୍ଦ୍ର ଖୋଲିବାକୁ ପ୍ରୟାସ କରି ପ୍ରଶାସନ ବିଫଳ ହୋଇ ଥିବା ଜଣାଯାଇଛି l ଉକ୍ତ ଆଲୋଚନାରେ ଗ୍ରାମର ବହୁ ପୁରୁଷ ଓ଼ ମହିଳା ଉପସ୍ଥିତ ରହିଥିଲେ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.