ରାସ୍ତା ରୋକିଛି ଠିକାଦାର, ତାତିଲେ ଗ୍ରାମବାସୀ ।

0 0

ରାସ୍ତା ରୋକିଛି ଠିକାଦାର, ତାତିଲେ ଗ୍ରାମବାସୀ(ଫୋଟୋ ) ଟିଟିଲାଗଡ଼, ୩/୯ ରାଜ୍ୟର ଅନ୍ୟତମ ସର୍ବବୃହତ ଉପଖଣ୍ଡ ତଥା ବଲାଙ୍ଗୀର ଜିଲାର ଏକ ପ୍ରମୁଖ ସହର ଟିଟିଲାଗଡ଼ରୁ କଳାହାଣ୍ଡି ଜିଲାର ପ୍ରମୁଖ ସହର କେସିଙ୍ଗା ସହରକୁ ସଂଯୋଗ କରୁଥିବା ରାସ୍ତା ଜଣେ ଠିକାଦାର ଅତିକ୍ରମଣ କରିଛି l ଉକ୍ତ ଠିକାଦାର ଟିଟିଲାଗଡ଼ ସହର ବାଇପାସ ରାସ୍ତା ନିର୍ମାଣ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପାଉଁଶ ଆଣୁଛି l ରାତି ଦିନ ବଡ଼ ବଡ଼ ଗାଡ଼ିରେ ଶହ ଶହ ସଂଖ୍ୟାରେ ବଡ଼ ବଡ଼ ଗାଡି ଗୁଡିକ ଆସି ଟିଟିଲାଗଡ଼ ସହରରୁ କେସିଙ୍ଗା ସହରକୁ ସଂଯୋଗ ହୋଇଥିବା ଏକ ମାତ୍ର ସର୍ବସାଧାରଣଙ୍କ ଯାତାୟାତ ପାଇଁ ରହିଥିବା ରାସ୍ତାକୁ ଅଧା ମାଡି ପାର୍କିଂ ସ୍ଥଳ ଭାବରେ ବ୍ୟବହାର କରୁଛି l ଏନେଇ ରାସ୍ତାରେ ଅନ୍ୟ ଯାନବାହାନ, ବାଇକ ସାଇକେଲ ଆରୋହୀ କେତେ ଥର ଦୁର୍ଘଟଣା ଗ୍ରସ୍ତ ହେଲାଣି, ଏନେଇ ଆଜି ସ୍ଥାନୀୟ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି, ଫଳରେ ଦୀର୍ଘ ସମୟ ଧରି ଟିଟିଲାଗଡ଼ ରାୟପୁରରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥରୁ ବୋରିଗୁମ୍ମାରୁ ବରଗଡ଼ ଜାତୀୟ ରାଜପଥ ୫୯ରେ ଅନେକ ଗାଡି ବର୍ତ୍ତମାନ ପର୍ଯ୍ୟନ୍ତ ଜାମ ହୋଇଛି

Leave A Reply

Your email address will not be published.