ମାଆ ରୁଦ୍ର କାଳୀଙ୍କୁ ସାବିତ୍ରୀ ଅମାବାସ୍ୟା ଭାର ।

0 345

ବେଲଗୁଣ୍ଠା,୧୭/୦୫(ପିପିଟି):ଆଗକୁ ସାବିତ୍ରୀ ଅମାବାସ୍ୟା ଆସୁଥିବାରୁ ବେଲଗୁଣ୍ଠା ଖଦାଳ ସାହି ସ୍ଥିତ ମାଆ ରୁଦ୍ର କାଳୀଙ୍କୁ ପରିଚାଳନା କମିଟି ତରଫରୁ ସାବିତ୍ରୀ ଭାର ପ୍ରଦାନ କରାଯାଇଛି । ବେଲଗୁଣ୍ଠା ଉପାଧ୍ୟକ୍ଷ ପ୍ରତିନିଧି ତଥା ପୂର୍ବତନ କାଉନସିଲର୍ ଲିଙ୍ଗରାଜ ପାତ୍ରଙ୍କ ନେତୃତ୍ୱରେ ବେଲଗୁଣ୍ଠା ସହରବାସୀ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ କଂସାରୀ ସାହିରୁ ବାହାରି ବାଙ୍କ ବଜାର ଦେଇ ଖଦାଳ ସାହି ସ୍ଥିତ ମାଆ ରୁଦ୍ର କାଳୀଙ୍କ ମନ୍ଦିରରେ ପହଞ୍ଚି ତାଙ୍କୁ ସାବିତ୍ରୀ ଭାର ପ୍ରଦାନ କରିଥିଲେ । ମାଆଙ୍କ ପାଇଁ ପରିଚାଳନା କମିଟୀ ତରଫରୁ ଏହା ପ୍ରଥମ ସାବିତ୍ରୀ ଭାର ହୋଇଥିବାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହୀ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପରିଚାଳନା କମିଟୀ ତରଫରୁ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା । ପଶୁ ମୁଖା ନୃତ୍ୟ ସହିତ ଢୋଲ,ମର୍ଦ୍ଦଳ ଶବ୍ଦରେ ବେଲଗୁଣ୍ଠା ସହର ପ୍ରକମ୍ପିତ ହେବା ସହିତ ଏଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସନ୍ଧ୍ୟା ସାତ ଘଣ୍ଟା ତିରିଶି ମିନଟ୍ ସମୟରେ ମନ୍ଦିରରେ ପହଞ୍ଚିବା ପରେ ମାଆଙ୍କୁ ସାବିତ୍ରୀ ଭାର ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲିଙ୍ଗରାଜଙ୍କ ପାତ୍ରଙ୍କ ସମେତ ଏନ୍ଏସି ଉପାଧ୍ୟକ୍ଷା ଟି ବବିତା କୁମାରୀ,ପୂର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର, ନଗରପାଳ ଫିରୋଜ ସେଠୀ, ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା, ସନ୍ତୋଷ କୁମାର ସୁବୁଦ୍ଧି, ଜିତେନ୍ଦ୍ର କୁମାର ସୁବୁଦ୍ଧି, ଭି ଦେବୀ ପ୍ରସାଦ ପାତ୍ର, ଓମ୍ ପ୍ରକାଶ ସାହୁ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ଉପଦେଷ୍ଟା ସୁଶାନ୍ତ କୁମାର ବେହେରା, କାଉନସିଲର୍ ଦିବ୍ୟ ରଞ୍ଜନ ଦାସ, ଭାସ୍କର ପାତ୍ର ଯୋଗଦେଇଥିବା ବେଳେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ଵାଇଁ, ନଗରପାଳ ଶିବଶଙ୍କର ପଣ୍ଡା ଏବଂ ଆସିକା ସାଂସଦ ପ୍ରମିଳା ବିଷୋୟୀ ମଧ୍ୟ ଶୋଭାଯାତ୍ରା ଚାଲୁଥିବା ବେଳେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କମିଟି ଏବଂ ସମସ୍ତ କାଉନସିଲର୍ ପରିଚାଳନା କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.