କାଳ ବୈଶାଖୀରେ ଗଛ ପଡ଼ି ରାସ୍ତା ଅବରୋଧ ।

0 294

ଭଞ୍ଜନଗର,୧୭/୦୫(ପିପିଟି): ଆଜି ପୁଣିଥରେ ଭଞ୍ଜନଗର ଓ ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଥିଲା। ଫଳରେ ଅନେକ ସ୍ଥାନରେ ବହୁ କ୍ଷୟକ୍ଷତି ଘଟିଥିବା ଜଣାପଡିଛି। ଦିନ ୩ଟା ସମୟରେ ହାଠାତ୍ ଘଡଘଡି ସହ ପ୍ରବଳ ମେଘ ପବନ ମାଡ଼ି ଆସିଥିଲା।ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ବିଜୟୱାଡ଼ା ରାଞ୍ଚି କରିଡର ୧୫୭ନଂ ଜାତୀୟ ରାଜପଥର ଭଞ୍ଜନଗର ସୋରା ଦେବୀ ମନ୍ଦିର ନିକଟରେ ରାସ୍ତା କଡରେ ଏକ ଗଛ ପଡିବା ଫଳରେ ରାସ୍ତା ଅବରୋଧ ହୋଇଥିଲା।ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା।ଖବର ପାଇ ବନ ବିଭାଗ କର୍ମଚାରୀ ମାନେ କ୍ରେନ ସାହାଯ୍ୟରେ ଉକ୍ତ ଗଛକୁ ରାସ୍ତାରୁ ହଟାଇଥିଲେ। ଏକ ଘଣ୍ଟା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।ଅନେକ ସ୍ଥାନରେ ଡାଳ ଭାଙ୍ଗି ରାସ୍ତାରେ ଓ ବିଦ୍ୟୁତ ତାରରେ ପଡ଼ିବାରୁ ବିଦ୍ୟୁତ ସେବାରେ ବ୍ୟାଘାତ ଘଟିଥିଲା।ସେହିପରି ଗତକାଲି କାଳ ବୈଶାଖୀରେ ଭଞ୍ଜନଗର ସବ ରେଜିଷ୍ଟର କାର୍ଯ୍ୟାଳୟ ସାମ୍ନାରେ ଥିବା ବିରାଟ ଲାଇଟ ଗେଟ ଭାଙ୍ଗି ତଳେ ପଡ଼ି ଯାଇଥିଲା।ବାଇପାସ ରୋଡ଼ରେ ଅପେରା ପେଣ୍ଡାଲ, ଗେଟ ଭାଙ୍ଗି ଯାଇଥିଲା। ମିନା ବଜାର ଟେଣ୍ଟ ଉଡ଼ି ବ୍ୟାପକ ଜିନିଷପତ୍ର ନଷ୍ଟ ହୋଇଥିଲା। ଆଉ ଯାହା ବଳକା ଥିଲା ତାହା ଆଜି ପୁଣି ବାତ୍ୟାରେ ସବୁ ଷ୍ଟଲ ଭାଙ୍ଗି ବ୍ୟାପକ ଜିନିଷପତ୍ର ନଷ୍ଟ ହୋଇଯାଇଛି।ଯାହାକୁ ନେଇ ବ୍ୟବସାୟୀମାନେ ଚିନ୍ତାରେ ଅଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.