ଲାଞ୍ଚ ନେଉଥିବାବେଳେ ଜେଇ ଓ ଜିଆରଏସଙ୍କୁ ଧରିଲା ଭିଜିଲାନ୍ସ ଟିମ୍।

0 367

ବ୍ରହ୍ମପୁର, ୦୯/୦୫(ପିପିଟି): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ ଓ ଜିଆରଏସ୍‌ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍‌ ନାରାୟଣ ସ୍ବାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ଆଜି ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ ମନେରଗା ଅଧୀନରେ ହୋଇଥିବା ଏକ କାର୍ଯ୍ୟର ‌ବିଲ୍‌ କରିବା ପାଇଁ ଉଭୟ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍‌ ନାରାୟଣ ସ୍ବାଇଁ ଅଭିଯୋଗକାରୀଙ୍କୁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଏବାଦରେ ଭିଜିଲାନ୍ସ ବିଭାଗକୁ ଅବଗତ କରିଥିଲେ। ଯୋଜନା ଅନୁସାରେ ଆଜି ଅଭିଯୋଗକାରୀଙ୍କ ଠାରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ବ୍ଲକ ପରିସରରେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ବିଭାଗୀୟ କର୍ମଚାରୀମାନେ ଶ୍ରୀ ସାହୁଙ୍କ ଠାରୁ ରଙ୍ଗବୋଳା ଟଙ୍କା ଜବତ କରିଥିଲେ। ଏହି ଘଟଣା ପରେ ବ୍ରହ୍ମପୁର ଭିଜିଲାନ୍ସ ଶାଖା କେସ୍ ନମ୍ବର ୦୩/୨୩ ୟୁ/ଏସ ୭ ପିସି(ଏମେଣ୍ଡମେଣ୍ଟ)ଏକ୍ଟ ୨୦୧୮ରେ ଏକ ମାମଲା ରୁଜୁ କରିବା ସହ ଶ୍ରୀ ସାହୁଙ୍କ ୩ଟି ଠିକଣାରେ ତଦନ୍ତ ଚାଲୁରହିଛି।

Leave A Reply

Your email address will not be published.