ସିଆଇଟିୟୁ ତରଫରୁ ଶ୍ରମିକ ଦିବସ ପାଳିତ।

0 214

ରଣପୁର,୦୧/୦୫(ପିପିଟି):ସିଆଇଟିୟୁ ତରଫରୁ ଆଜି ରଣପୁର ସହିଦ ରଘୁ-ଦିବାକର ଭବନ ଠାରେ ୧୪୩ତମ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଆନୁଷ୍ଠାନିକ ଭାବେ ଶ୍ରମିକ ନେତା ସାଥୀ ହରିଶ୍ଚନ୍ଦ୍ର ମିଶ୍ର ସଂଗଠନର ଲାଲ ଝଣ୍ଡାକୁ ଉତ୍ତୋଳନ କରିଥିଲେ । ଉପସ୍ଥିତ ସମସ୍ତ ସାଥୀ ସହିଦ ବେଦିରେ ମାଲ୍ୟାର୍ପଣ ପରେ ବରିଷ୍ଠ ଶ୍ରମିକ ନେତା ସାଥୀ ଭିକାରୀ ଚରଣ ସାହୁଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ସଭା ରେ ବକ୍ତା ମାନେ ଶ୍ରମିକ ଦିବସର ବିଶେଷତ୍ୱ ସମ୍ପର୍କରେ ଲୋଚନା କରିଥିଲେ। ୧୮୮୬ ମସିହାର ଏହି ଦିବସରେ ଆମେରିକାର ଚିକାଗୋ ସହରରେ ରକ୍ତାକ୍ତ ଶ୍ରମିକ ଧର୍ଘଘଟ ହାସଲ କରିଥିବା ୮ଘଣ୍ଟା କାମ କରିବାର ଅଧିକାରକୁ ସାରା ବିଶ୍ଵ ପରବର୍ତ୍ତୀ ସମୟରେ ମାନି ନେଇଥିଲା। ଏହି ରକ୍ତ କ୍ଷୟି ଧର୍ମଘଟ ସାରା ଦୁନିଆକୁ ଦେଖାଇଥିବା ରାସ୍ତାରେ ଅନେକ ରାଷ୍ଟ୍ର ରେ ସମାଜ ବାଦୀ ବ୍ୟବସ୍ଥା ମଧ୍ୟ ଗଠନ ହୋଇଥିଲା ବେଳେ ବିଭିନ୍ନ ବର୍ଗର ଶ୍ରମିକଙ୍କ ମୁକ୍ତିର ପଥ ଓ ଅଧିକାର ହାସଲ କରିବାର ରାସ୍ତା ବିଶ୍ୱର ଶ୍ରମିକ ଓ ଶ୍ରମଜୀବି ଜନତାଙ୍କୁ ମାର୍ଗ ଦର୍ଶନ କରିଥିବା ସମ୍ପର୍କରେ ବକ୍ତା ମାନେ ଆଲୋଚନା କରିଥିଲେ।ଆଜି ଭାରତ ବର୍ଷର ସାମ୍ପ୍ରଦାୟିକ ବାଦୀ ମୋଦୀ ସରକାର ଆପଣେଇ ନେଇଥିବା ପୁଞ୍ଜିପତି ତୋଷଣ ନୀତି ,ଆଠ ଘଣ୍ଟା ପରିବର୍ତ୍ତେ ଅଧିକ ସମୟ ଶ୍ରମ, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ଯୋଗୁଁ ଶ୍ରମିକ ମାନେ ସଂଗଠିତ ହେବା ଓ ଜୀବନ ଜୀବିକା ସୁରକ୍ଷା ପାଇଁ ଆନ୍ଦୋଳନ କରିବାର ଅଧିକାର ହରାଉ ଥିବାରୁ ଏହି ଶ୍ରମିକ ସ୍ୱାର୍ଥ ବିରୋଧୀ ନୀତି ବିରୋଧରେ ଆଶା ପାଚିକା ଓ ଅଙ୍ଗନୱାଡି ସ୍କିମି ଶ୍ରମିକଙ୍କ ଅଧିକାର ପାଇଁ ଐକାବଦ୍ଧ ଆନ୍ଦୋଳନ ଗଢିତୋଳିବାକୁ ବକ୍ତାମାନେ ଆହ୍ବାନ ଦେବା ସହ ରକ୍ତ ପତାକା ତଳେ ଶପଥ ଗ୍ରହଣ କରିବାକୁ ନିବେଦନ କରିଥିଲେ। ଏଥିପାଇଁ ଗ୍ରାମେ ଗ୍ରାମେ ଶ୍ରମିକ କୃଷକ ଓ ଶ୍ରମଜୀବି ଜନତାଙ୍କ ବ୍ୟାପକ ମେଳି ଗଢି ତୋଳିବାକୁ ମଧ୍ୟ ଆହ୍ବାନ ଦେଇଥିଲେ। ଏହି ଆଲୋଚନା ସଭାରେ ସିଟୁର ରାଜ୍ୟ ସମ୍ପାଦକ ସୁରେଶ ସ୍ବାଇଁ,କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର,କ୍ଷେତ ମଜଦୂର ନେତା ନିତ୍ୟାନନ୍ଦ ପରିଡା,ଶ୍ରମିକ ନେତ୍ରୀ ସୁକାନ୍ତି ଜେନା ,ମହିଳା ନେତ୍ରୀ ସଂଯୁକ୍ତା ସେଠୀ,ସୁଶୀଲ ମହାନ୍ତି,ମନୋଜ ପାତ୍ର,ନିରଞ୍ଜନ ରାଉତରାୟ,ଗଦାଧର ପ୍ରଧାନ, କୁଳମଣି ପଲେଇ,ଜାମିନୀ ରାଣୀ ବେହେରା ଓ ପ୍ରତିଭା ବେହେରା ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.