ବୋଲଗଡ଼,୨୩/୦୪(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗୁଆଁ ଗ୍ରାମର ରଘୁନାଥ ଦେବଙ୍କ ପୀଠରେ ଅନୁଷ୍ଠିତ ହେଉଛି ବାର୍ଷିକ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ। ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଏହା ୯ ଦିନ ଧରି ପାଳନ କରାଯିବ। ଏହି କାର୍ଯ୍ୟକ୍ରମ କୁ ସାଗରଗୁଆଁ ଗ୍ରାମର ଗ୍ରାମ ବାସୀ ମାନେ ଷୋଡ଼ଶ ବର୍ଷ ରେ ଆଣି ଏହାକୁ ସୁଚାର ରୂପରେ ପାଳନ କରୁ ଅଛନ୍ତି। ଆଜି ପ୍ରଥମ ଦିନ ରେ ଘଟ ସ୍ଥାପନ ଓ ହନୁମାନ ଚାଳିଶା ପାଠ ର କାର୍ଯ୍ୟକ୍ରମରେ ବ୍ୟାସଜୀ ମଦନ ମୋହନ ଦାସଙ୍କ ଦ୍ଵାରା ଚାଲୁ ଅଛି। ଏହି ୯ ଦିନ ର କର୍ଯ୍ୟକ୍ରମରେ ବିଭିନ୍ନ ରାମାୟଣ ଗ୍ରନ୍ଥରୁ ରାମକଥା ଉପରେ ଆଲୋଚନା ହେବ। ଏହି ଆଲୋଚନା କରିବା ନିମନ୍ତେ ବିଶିଷ୍ଟ ପ୍ରବକ୍ତା ମାନଙ୍କୁ ଆମନ୍ତ୍ରଣ କରାଯାଇଅଛି। ପ୍ରଥମେ ଆଜି କଳସ ଯାତ୍ରାରେ ନୀଳକଣ୍ଠେଶ୍ୱରଙ୍କ ଠାରୁ ଜଳ କଳସୀ ଆଣି ଗ୍ରାମ ପରି କ୍ରମାକରି ଘଟସ୍ତାପନା କରା ଯାଇ ଥିଲା।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)