ଭଞ୍ଜନଗର,୧୪/୦୪(ପିପିଟି):ଭଞ୍ଜନଗର ଥାନା ଅନ୍ତର୍ଗତ ମୂଜାଗଡ ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇଜଣ ଯୁବକ ଗୁରୁତର ହୋଇଥିବା ଜଣାପଡିଛି।ସେମାନେ ହେଲେ ମୂଜାଗଡ ଗ୍ରାମର ଦୟା ଜେନାଙ୍କ ପୁଅ ମୁକେଶ ଜେନା(୧୮) ଓ କାଳିଆ ବିଶ୍ଵାଳଙ୍କ ପୁଅ ଅମରେଶ ବିଶ୍ଵାଳ(୧୮)। ଉଭୟେ ଆଜି ମୁଜାଗଡ଼ରେ ହେଉଥିବା ମେରୁପର୍ବ ଶେଷ ହେବା ପରେ ନାଚ ଦେଖିବାକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ହାଠାତ୍ ଅମରେଶ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଏହାଦେଖି ତାଙ୍କୁ ଉଦ୍ଧାର କରିବାକୁ ଯାଇ ମୁକେଶ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଉଭୟଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୭ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିଚ୍ଛାଳୟ ରେ ଭର୍ତ୍ତି କରିଥିଲେ।
(ରିପୋର୍ଟ-ଜେକେ ପଟ୍ଟନାୟକ। )