ମର୍ଦ୍ଦକୋଟ ମେରୁ ଯାତ୍ରାରେ ଅଘଟଣ ।

0 293

କୋଦଳା,୧୪/୦୪(ପିପିଟି): ଗୋଟିଏ ପଟେ ମେରୁଯାତ୍ରା ପାଇଁ ଉତ୍ସବ ମୁଖର ଗ୍ରାମ ପରିବେଶ ସାଙ୍ଗକୁ ଅନ୍ୟପଟେ ଶୋକାକୁଳ ପରିବେଶ ପରିବେଶ ଶୃଷ୍ଟି ହୋଇଛି ବେଗୁନିଆପଡା ବ୍ଲକ ମର୍ଦ୍ଦକୋଟ ଗ୍ରାମରେ । ମେରୁଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ପୋଖରୀରେ ବୁଡି ୭ବର୍ଷର ଶିଶୁପୁତ୍ରର ମୃତ୍ୟୁ ସହିତ ୯ ବର୍ଷର ସମ୍ପର୍କୀୟ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ଏପରି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମରେ । ଉଭୟଙ୍କୁ କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇଥିବା ବେଳେ ଶିଶୁ ପୁତ୍ରର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିବା ବେଳେ ଗୁରୁତର ଆହତ ଶିଶୁକନ୍ୟାକୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି। ମୃତ ଶିଶୁପୁତ୍ର ଜଣଙ୍କ ହେଲେ ତୋଫାନ ପ୍ରଧାନଙ୍କ ପୁଅ ବଦ୍ରି ପ୍ରଧାନ । ଆଜି ସଂକ୍ରାନ୍ତି ମେରୁ ଯାତ୍ରା ପାଇଁ ମର୍ଦ୍ଦକୋଟ ମା’ କାଳୀଙ୍କ ମନ୍ଦିର ନିକଟରେ ଗହଳି ଲାଗିଥିଲା । ବଦ୍ରି ଓ ତାଙ୍କ ସମ୍ପର୍କୀୟ ଭଉଣୀ ପୋଖରୀ ପାଖରେ ଖେଳୁଥିଲେ । ଏହି ସମୟରେ କୌଣସି କାରଣରୁ ସେମାନଙ୍କ ଗୋଡ଼ ଖସିଯାଇଥିଲା। ଉଭୟେ ପାଣିରେ ବୁଡ଼ି ଯାଇଥିଲେ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.