ଦୀପ ନିଆଁ ଲାଗି ମହିଳା ଗୁରୁତର ।

0 335

ଭଞ୍ଜନଗର,୧୩/୦୪(ପିପିଟି):ତାରସିଂ ଥାନା ଗାଲେରୀ ଠାରେ ଆଜି ଦଣ୍ଡଯାତ୍ରାରେ ଅଘଟଣ ଘଟିଯାଇଛି । ମେରୁଯାତ୍ରା ସମୟରେ ଦୀପ ନିଆଁ ସଂଶ୍ପର୍ଶରେ ଆସି ଜଣେ ମହିଳା ଶ୍ରଦ୍ଧାଳୁ ପୋଡ଼ି ହୋଇ ଗୁରୁତର ଆହାତ ହୋଇଛନ୍ତି । ଆହାତ ଜଣକ ହେଲେ ବେଲଗୁଣ୍ଠା ଥାନା କୁରୁଳାଇ ଗ୍ରାମର ଅପୂର୍ବ ଦଳବେହେରାଙ୍କ ପତ୍ନୀ ସୁମତୀ ଦଳବେହେରା(୩୪)। ଗାଲେରୀରେ ମେରୁଯାତ୍ରା ଦେଖିବାକୁ ସୁମତୀ ଆସିଥିବା ବେଳେ ଅପରାହ୍ନରେ ପାଣିଦଣ୍ଡ ସମୟରେ ପ୍ରବଳ ଜନସମାଗମ ହୋଇଥିବା ବେଳେ ଭିଡ଼ ଭିତରେ ଠେଲାପେଲା ହୋଇଥିଲା।ଅସବଧାନତା କାରଣରୁ ପୋଖରୀ ତୁଠରେ ଲାଗିଥିବା ଏକ ଦୀପ ନିଆଁ ତାଙ୍କ ଶାଢୀରେ ଲାଗିଯିବା ଫଳରେ ସେ ଗୁରୁତର ହୋଇ ପଡିଥିଲେ। ତାଙ୍କ ଶରୀରର ପ୍ରାୟ ୪୫ ପ୍ରତିଶତ ଜଳିପୋିଡି ଯାଇଛି। ତୁରନ୍ତ ତାଙ୍କୁ ନିକଟସ୍ଥ ଗାଲେରୀ ସ୍ବାସ୍ଥକେନ୍ଦ୍ରକୁ ନିଆଯିବା ପରେ ଭଞ୍ଜନଗରକୁ ଅଣାଯାଇ ଚିକିତ୍ସା ଆରମ୍ଭ କରାଯାଇଛି। ଏଠାରୁ ତାଙ୍କୁ କଟକ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.