ବୋଲଗଡ଼,୧୩/୦୪(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ମାଣିକାଗୋଡ଼ା ଗ୍ରାମରେ ୨୩କୋଠିର ୪୨ ଦଣ୍ଡକାଳୀଙ୍କର ମହାମିଳନ ବ୍ୟାଙ୍କ ଛକ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମହା ଦଣ୍ଡ ମିଳନ ପୂର୍ବରୁ ସମସ୍ତ କୋଠିର ମହାଶକ୍ତି କାଳୀଙ୍କର ସ୍ଥାନୀୟ କୁମୁଟି ସାହିସ୍ଥିତ ଖଜୁରୀ ପୋଖରୀରେ ସମସ୍ତ ଦଣ୍ଡୁଆ,ଦଣ୍ଡ କାଳୀ ସ୍ନାନ ଓ ପୂଜା ପାଠ ସାରି କ୍ରମାନୟରେ ଗ୍ରାମର ମଙ୍ଗଳା ମନ୍ଦିର, କାମନା କୋଠି, ହାଟସାହି କାମନା ମନ୍ଦିର ଓ ଚଣ୍ଡୀ ମନ୍ଦିରରେ ଝୁଣା ହକ ଦେଇ ସୁସଜିତ ବ୍ୟାଙ୍କ ସ୍ଥିତ ପଡିଆ ର ପୂଜା ପୀଠ କଲ୍ୟାଣୀ ମଣ୍ଡପ ପରିସରରେ ସମସ୍ତ ଦଣ୍ଡ କାଳୀ ପହଞ୍ଚିଥିଲେ। ରୀତି ନୀତି ଅନୁସାରେ ମା’ ଦଣ୍ଡ ଠାକୁରାଣୀ କାଳୀଙ୍କୁ ପୂଜା ପାଠ, ହୋମ ଯଂଜ୍ଞ ଓ ବନ୍ଦାପନା କରାଯାଇଥିଲା। ଏହି ମା ‘ ଦଣ୍ଡକାଳୀଙ୍କ ଅପୂର୍ବ ମହାମିଳନ ଦେଖିବାକୁ ବୋଲଗଡ଼ ଓ ନୟାଗଡ଼ ଅଞ୍ଚଳରୁ ପ୍ରାୟ ୨୦ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମାନଙ୍କ ଜନ ସମାଗମ ହୋଇଥିଲା । ଏହି ଦଣ୍ଡ ମହା ମିଳନର ମୁଖ୍ୟ ଆୟୋଜକ ଥିଲେ ଭୁବନେଶ୍ୱର କଳିଙ୍ଗ ବିହାରରେ ରହୁଥିବା ଜନାର୍ଦନ ଦଳବେହେରା ଏହି ଗ୍ରାମ ହିନ୍ଦୁ ମୁସୁଲିମଙ୍କର ଭାଇଚାରାର ଗ୍ରାମ ଏଠାରେ ସମସ୍ତେ ପର୍ବରେ ସହଯୋଗ କରନ୍ତି ବୋଲି ଶ୍ରୀ ଦଳ ବେହେରା କହିଛନ୍ତି । ସଂଯୋଜକ ପତିତ ପାବନ ସ୍ବାଇଁ କୁମୁଟି ସାହି, ସଭାପତି ବଖଡ଼ ପ୍ରଧାନ ପ୍ରଭୁତି ପରିଚାଳନା କରିଥିଲେ। ପରିଶେଷରେ ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ଯୋଗ ଦେବା ସହିତ ବୋଲଗଡ଼ ଥାନା ଆଇଆଇସି ରଶ୍ମି ରଞ୍ଜନ ସାହୁଙ୍କ ତତ୍ତ୍ୱବଧାନରେ ପୁଲିସି ବାହିନୀ ଏବଂ ଅଗ୍ନିଶମ ବାହିନୀ ପ୍ରଭୁତି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)