ମୁକୁଳା ପଡିଛି ବିଦ୍ୟୁତ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼ ପାଇଁ ଦାଵି।

0 241

ଉଲୁଣ୍ଡା,୦୮/୦୪(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଚମ୍ପାପୁର ନିକଟସ୍ଥ ଝାରକୁମୁଣ୍ଡା ଛକର ମୁଖ୍ୟ ରାସ୍ତା କଡ଼ରେ ଥିବା ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର ଅସୁରକ୍ଷିତ ଭାବେ ରହିଛି। ଏହାର ଚତୁଃପାର୍ଶ୍ଵରେ ନାମକୁ ମାତ୍ର ତାରବାଡ ରହିଛି ।‌ ଏହା ପାଖରେ ଏକ ପରିବାର ରହୁଥିବା ରହୁଥିବା ବେଳେ ଏଠାକୁ ପ୍ରତିଦିନ ଛାତ୍ରଛାତ୍ରୀ ମାନେ ଟିଉସନ ପଢ଼ିବା ପାଇଁ ଆସିଥାନ୍ତି। ଏହା ପାଖଦେଇ ପ୍ରତ୍ୟେକ ଦିନ ବିଭିନ୍ନ ଯାନବାହାନ ଚଳାଚଳ କରିଥାଏ । ଏହାର ଚତୁଃପାର୍ଶ୍ଵରେ ଠିକ ଭାବରେ ସୁରକ୍ଷା ବଳୟ ନଥିବାରୁ ଏଠାରେ ମଣିଷ ତଥା ଗୋରୁଗାଈଙ୍କ ଜୀବନ ପ୍ରତି ଅସୁରକ୍ଷିତ ମନେ କରାଯାଉଛି । ତେବେ ବିଦ୍ୟୁତ ଟ୍ରାନ୍ସଫର୍ମର କିଛି ସ୍ଥାନରେ ବିଦ୍ୟୁତ ତାର ସବୁ ଓହଳି ରହିଛି। ତାହା ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏସବୁକୁ ସଜାଡି ସେଥିରେ ସୁଧାର ଅଣାଯିବାର ନିତ୍ୟାନ୍ତ ଆବଶ୍ୟକତା ରହିଛି। ତେବେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଅନେକ ସ୍ଥାନରେ ଜନସାଧାରଣ ତଥା ଗୋରୁଗାଈଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ନଜର ରହିଛି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ବିଭାଗ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଇ ସମସ୍ୟାର ସୁଧାର ଆଣିବାକୁ ଜନସାଧାରଣ ରେ ଦାବି ହେଉଛି।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.