ମାଲକାନଗିରି,୦୧/୦୪(ପିପିଟି):ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ଯାଳୟଳୟ ଆନୁକୂଲ୍ଯରେ ୮୮ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇଥିଲେ । ୧୯୩୬ ମସିହାଏପ୍ରିଲ ୧ ତାରିଖରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ଯର ମାନ୍ୟତା ମିଳିବା ସହ ଓଡ଼ିଶାରେ ପ୍ରଥମ ଥର ପାଇଁ ପୋଲିସ ବାହିନୀ ଗଠନ କରାଯାଇଥିଲା। ଏହି ଦିନକୁ ଓଡିଶା ପୋଲିସ ପ୍ରତିଷ୍ଠାନଦିବସ ରୂପେ ପାଳନ କରିଥିବା ବେଳେ ସମଗ୍ର ଓଡିଶା ଆଜି ଉତ୍କଳ ଦିବସ ପାଳନ କରୁଛି । ଭାଷା ଭିତ୍ତିକ ରାଜ୍ୟ ଗଠନ ହେବାରେ ଓଡିଶା ହେଉଛି ସ ସମଗ୍ର ଭାରତ ବର୍ଷରେ ପ୍ରଥମ ରାଜ୍ୟ। ଜିଲ୍ଲା ପୋଲିସ ପ୍ୟାରେଡ଼ ପଡ଼ିଆ ଠାରେ ପୋଲିସ ପକ୍ଷରୁ ତିନି ପ୍ଲାଟୁନ ପୋଲିସ ଯୋଗ ଦେଇ ପ୍ୟାରେଡ଼ ପ୍ରଦର୍ଶନ କରିଥିଲା ବେଳେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପ୍ରେରଣ କରିଥିବା ବାର୍ତ୍ତା ପଠନ କରିଥିଲେ । ଆଜିର ଏହି ୮୮ ତମ ପୋଲିସ ପ୍ରତିଷ୍ଠା ଦିବସରେ ଜିଲ୍ଲା ସଦର ମହକୁମା ସ୍ଥିତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ପୋଲିସ କର୍ମଚାରୀମାନଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି