ଭଞ୍ଜନଗର,୩୧/୦୩(ପିପିଟି):ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ସକାଶେ ଭଞ୍ଜନଗର ଆମ ପୋଲିସ ସମିତି ପକ୍ଷରୁ ସଡକ ସୁରକ୍ଷା ସଚେତନତାକୁ ନେଇ ସହରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଥାନା ଅଧିକାରୀ ଧୀରେସ କୁମାର ଦାସ, ନଗରପାଳ ଗୋପବନ୍ଧୁ ମହାପାତ୍ର, ଆମ ପୋଲିସ ସମିତି ସଦସ୍ୟ ଜଗବନ୍ଧୁ ଜେନା, କୃତିବାସ ବିଶ୍ୱାଳ, ଅନୁପମ ବାନାର୍ଜୀ, ପୂର୍ଣଚନ୍ଦ୍ର ତ୍ରିପାଠୀ, ଶୁଳପାଣି ଶତପଥୀ,ସୁଶାନ୍ତ ମହାପାତ୍ରଙ୍କ ସମେତ ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ଏବଂ ଥାନାର ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ରହି ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିଥିଲେ। ଏହି ଶୋଭାଯାତ୍ରା ଭଞ୍ଜନଗର ଥାନା ଠାରୁ ବାହାରି ମୁଖ୍ୟ ରାସ୍ତା,ପୁରୁଣା ବଜାର ସାହି, ଖାଲାସୀ ସାହି, ଷ୍ଟେଟ ବ୍ୟାଙ୍କ ଛକ ଦେଇ ଭେଜିପୁଟ ପ୍ରାଥମିକ ବିଦ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭାରେ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ସଡକ ସୁରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଥିଲା । ଉପସ୍ଥିତ ଅତିଥିମାନେ ସଡ଼କ ସୁରକ୍ଷା ଉପରେ ନିଜର ମତାମତ ଦେଇଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )
Next Post