ଭଗତ ସିଂ ବଳିଦାନ ଦିବସ ।

0 235

ଭଞ୍ଜନଗର,୨୩/୦୩(ପିପିଟି):ମହାନ୍ ବିପ୍ଳବୀ ଶହୀଦ ଭଗତ ସିଂ, ସୁକଦେବ ଓ ରାଜଗୁରୁଙ୍କ ଦେଶ ପାଇଁ ଯେଉଁ ବଳିଦାନ ଦେଇଛନ୍ତି ତାହା ସଦାସର୍ବଦା ଶୋଷଣ, ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ବିପ୍ଳବର ବହ୍ନିକୁ ତିଆରି କରିବ। ୨୩ ମାର୍ଚ୍ଚ ୧୯୩୧ ଠାରୁ ଆଜି ପର୍ଯ୍ୟନ୍ତ ସେଇ ବିପ୍ଳବର ବହ୍ନି ପ୍ରସାରିତ ହୋଇଚାଲିଛି । ଆଜି ୯୨ତମ ଶହୀଦ ଦିବସ ଅବସରରେ ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଭଞ୍ଜନଗର ଠାରେ ଏକ ସଭା ପେଦିନୀ ପାର୍ବତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭାରତର ଜନତାଙ୍କୁ ଜାଗରିତ କରିବା ଯେଉଁ ଉତ୍ସର୍ଗୀକୃତ ବିପ୍ଳବ ସମ୍ପାଦନ କରିଥିଲେ ତାହା ପ୍ରତିଟି ସମୟରେ ଆନ୍ଦୋଳିତ କରି ଚାଲିଥିଵ। ଏଥିପାଇଁ ତାଙ୍କ ବଳିଦାନ ଦିବସର ତାତ୍ପର୍ଯ୍ୟ ଓ ସାମ୍ପ୍ରତିକ ପରିସ୍ଥିତିରେ ଆମ ସମ୍ମୁଖରେ ଆହ୍ବାନ ସେ ସମ୍ପର୍କରେ ସୁବିସ୍ତୃତ ଭାବେ ଜିଲ୍ଲା ସମ୍ପାଦକ କମ୍ରେଡ ଶଙ୍କର ଉପସ୍ଥାପନ କରିଥିଲେ। ବିପ୍ଳବ ଜରିଆରେ କୃଷକ ଓ ଶ୍ରମିକ ମାନଙ୍କର ଏକ ରାଷ୍ଟ୍ର ପ୍ରତିଷ୍ଠାର ସ୍ବପ୍ନ, ଶୋଷଣହୀନ ସମାଜବାଦୀ ସମାଜ ପ୍ରତିଷ୍ଠା ସ୍ବପ୍ନ। ତାହାକୁ ସାକାର କରିବା ଦାୟିତ୍ବ ଯୁବ ପିଢୀ ଉପରେ ଓ ସେମାନଙ୍କୁ ସଠିକ ମାର୍ଗଦର୍ଶନ ପାଇଁ ଏକ ରୂପରେଖ ପ୍ରସ୍ତୁତ କରିଥିଲେ। ବିପ୍ଳବର ସୁଦୀର୍ଘ ପଥରେ ସ୍ବାଧୀନତା ସଂଗ୍ରାମ କେବଳ ପ୍ରଥମ, ତଥାପି ଆବଶ୍ୟକୀୟ, ପଦକ୍ଷେପ ମାତ୍ର ହେଲେ ବିପ୍ଳବ ହେଉଛି ଅନ୍ତିମ ଲକ୍ଷ୍ୟ। ଏହାକୁ ଯୁବ ସମାଜ ହିଁ କରିପାରିବେ ବୋଲି ଭଗତ ସିଂ ଅନୁଭବ କରିଥିଲେ। ସାମ୍ପ୍ରତିକ ପରିସ୍ଥିତି ହେଉଛି ନବ୍ୟ ଫାସିବାଦୀ ର ଆକ୍ରମଣର ଯୁଗ। କର୍ପୋରେଟ ଫାସିବାଦ ଓ ମନୁବାଦକୁ ଆଧାର କରି ଆର ଏସ୍ ଏସ୍ ଓ ଏହାର ସମସ୍ତ ଅନୁଷ୍ଠାନ ଭାରତୀୟ ସମ୍ବିଧାନକୁ ଛାରଖାର କରି ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନ କୁ ହଟାଇ ମନୁ ସଂହିତାକୁ ସମ୍ବିଧାନ ଭାବେ ପ୍ରଣୟନ କରିବା ପାଇଁ ଆର ଏସ୍ ଏସ୍ ଓ ବିଜେପି ୨୦୨୪ ନିର୍ବାଚନ ରେ ଜିତି କାର୍ଯ୍ୟକାରୀ କରିବାକୁ ଯୋଜନା ରଖିଛି। ଆସନ୍ତୁ ଆମେ ସମ୍ବିଧାନର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ଏବଂ ଶୋଷିତ ନିଷ୍ପେସିତ ବର୍ଗଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷା ଦେବା ସହ ଭାରତବର୍ଷକୁ ରକ୍ଷା କରିବା । ବିଜେପି ଏବଂ ବିଜେଡି ଓଡ଼ିଶା କୁ ଛାରଖାର କରିଚାଲିଛନ୍ତି । ଏହା ବିରୁଦ୍ଧରେ ଭଗତ ସିଂ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶକୁ ସୁରକ୍ଷା ଦେବା ପ୍ରଥମ କର୍ତ୍ତବ୍ୟ ବୋଲି ବ୍ୟାଖ୍ୟା କରିଥିଲେ। ଏହି ସଭାରେ ଜିଲ୍ଲା ସମ୍ପାଦକ କମ୍ରେଡ ଶଙ୍କର, କ୍ରାନ୍ତିକାରୀ କୃଷକ ସଭାର ଜିଲ୍ଲା ସମ୍ପାଦକ ଟୁନା ମଲ୍ଲିକ, ଆଦିବାସୀ ଭାରତ ମହାସଭାର ଜିଲ୍ଲା ସଭାପତି ପୂର୍ଣଚନ୍ଦ୍ର ପ୍ରଧାନ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନର ଜିଲ୍ଲା ସମ୍ପାଦକ ପେଦିନୀ ପାର୍ବତୀ, ବୁଗୁଡ଼ା ଅଞ୍ଚଳର ନେତା ନିଧିଆ ପ୍ରଧାନ, ଜଗନ୍ନାଥ ପ୍ରସାଦ ବ୍ଳକର କାର୍ତ୍ତିକ ପ୍ରଧାନ,ମହିଳା ନେତ୍ରୀ ସନ୍ଧ୍ୟା ପ୍ରଧାନ,ତାରସିଂ ଉପାନ୍ତ ଅଞ୍ଚଳର ଅକ୍ଷୟ ପ୍ରଧାନ ଆଦି ଉପସ୍ଥିତ ଥିଲେ।

Leave A Reply

Your email address will not be published.