କେସିଙ୍ଗା,(ପିପିଟି)୦୭/୦୫ ,ନିଜ ଜନ୍ମଦିନ ଆସିଲେ ଲୋକମାନେ ସାଧାରଣତଃ କେକ କାଟି ସାଙ୍ଗ ମାନଙ୍କୁ ପାର୍ଟି ଦିଅନ୍ତି ।ଏଥିପାଇଁ ସେମାନଙ୍କୁ ହୋଟେଲ, କ୍ଲବ ଆଦି ଆଗୁଆ ବୁକିଂ କରିବାକୁ ପଡେ।।କିନ୍ତୁ ଜନ୍ମଦିନକୁ ନିଆରା ଭାବରେ ପାଳନ କରାଯାଇପାରେ ତାହା ପ୍ରମାଣ କରି ଦେଖାଇଛନ୍ତି ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ତଥା ରାମପୁର ରାମକୃଷ୍ଣ ଆଶ୍ରମର ପୂର୍ବତନ ଶିଷ୍ୟ ସରୋଜ ସାହୁ । ନିଜ ୨୫ତମ ଜନ୍ମଦିନ ଅବସରରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତର ଜଙ୍ଗଲ ସନ୍ଧିରେ ଘରକରି ବସବାସ କରୁଥିବା ବତୀକୁପା ଗ୍ରାମର ପ୍ରାୟ ୭୦ ପରିବାରକୁ ଚାଉଳ, ଡାଲି, ପାରିବା, ତେଲ ଆଦି ରାସନ ସାମଗ୍ରୀ ଯୋଗାଇବାକୁ ରାସ୍ତା କଡରେ ଲଗାଇଲେ ରାସନ ଷ୍ଟଲ ।ସ୍ଥାନୀୟ ସାମ୍ବାଦିକ ସଙ୍ଘ, ଯୁବ ସମାଜସେବୀ ତଥା ସମାଜସେବୀ ଶ୍ରୀ ମନୋଜ ପଟ୍ଟନାୟକ ଏବଂ ପୋଲିସ ବାହିନୀ ରାମପୁରଙ୍କ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା ।ମୋହନଗିରି ୬୪ ବାଟାଲିୟନଙ୍କ ରାସନ ଷ୍ଟଲ ମାଧ୍ୟମ ପରେ ଏ ଥିଲା କଳାହାଣ୍ଡି ରେ ଦ୍ୱିତୀୟ ।ଏସବୁ ପରେ ମଧ୍ୟ କରୋନା ଭୁତାଣୁକୁ ଆଖି ଆଗରେ ରଖି ସାମାଜିକ ଦୂରତ୍ୱବଜାୟରଖାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ମନୋଜ ପଟ୍ଟନାୟକ ଯୋଗ ଦେବା ସହ ମାସ୍କ୍, ସାନିଟାଇଜର ଆଦି ବଣ୍ଟନ କରି କରୋନା ଦାଉରୁ ନିଜକୁ କିପରି ରକ୍ଷା କରିପାରିବା ଏ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ।
ରିପୋର୍ଟ – ବବୁଲୁ ସାହୁ ।