ଆନ୍ତର୍ଯ୍ୟାତିକ ମହିଳା ଦିବସ ରଣପୁରରେ ପାଳିତ ।

0 260

ରଣପୁର,୧୧/୦୩(ପିପିଟି): ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି,ସିଆଇଟିୟୁ,କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ତରଫରୁ ଆଜି ମଧ୍ୟାହ୍ନ ରେ ରଣପୁର ଗୋଡିପାଟଣା ସାହି ସ୍ଥିତ ସହିଦ ରଘୁଡିବାକର ଭବନରେ ଆନ୍ତର୍ଯ୍ୟାତିକ ମହିଳା ଦିବସ ମହା ସମାରୋହରେ ପାଳିତ ହୋଇଯାଇ ଥିବା ବେଳେ ସହିଦ ପରିବାର ଗୁଡିକୁ ସନମାନିତ କରାଯାଇଛି ।ସଂଯୁକ୍ତା ସେଠୀ,ଜ୍ୟୋସ୍ନା ନାୟକ, ଜାମିନୀ ରାଣୀ ବେହେରା ଓ ସୁଶୀଲ ମହାନ୍ତିଙ୍କ ସଭାପତି ମଣ୍ଡଳୀରେ ଅନୁଷ୍ଠିତ ଏହି ଆଲୋଚନା ସଭାରେ ବକ୍ତା ମାନେ ମହିଳା ଦିବସର ତାପ୍ତର୍ଯ୍ୟ,ମହିଳାଙ୍କ ସମସ୍ୟା,ମହିଳାଙ୍କ ଆଧିକାର ଓ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମହିଳା ବିରୋଧି ମାନସିକତା ସହ ମହିଳା ନିର୍ଯ୍ୟାତନା ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ଅହେତୁକ ଦରବୃଦ୍ଧି ଆଜି ହାଣ୍ଡି ସାଳର ମହିଳାଙ୍କୁ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ କରୁଛି ବୋଲି ବକ୍ତା ମାନେ ଆଲୋଚନା କରିଥିଲେ। ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ମାନେ ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଆର୍ଥିକ ଭାବେ ଶୋଷଣର ଶିକାର ହେଉଛନ୍ତି।କନ୍ୟା ଭ୍ରୁଣ ହତ୍ୟା,ବଧୁ ହତ୍ୟା, ମହିଳା ନିର୍ଯ୍ୟାତନା ଆଦି ସମାଜରେ ବଢି ଚାଲିଥିବାରୁ ବକ୍ତା ମାନେ ଉଦବେଗ ପ୍ରକାଶ କରିଥିଲେ। ସମାଜର ଅର୍ଦ୍ଧେକ ମହିଳା ଓ ଅର୍ଦ୍ଧେକ ପୁରୁଷ ବେଳେ ଅସମାନତା ବଢିଛି ଓ ନାରୀ ସ୍ବାଧୀନତା ନାହିଁ । କେନ୍ଦ୍ର ସରକାରଙ୍କ ବେଟି ବିଚାଅ ବେଟି ବଢାଅ ଓ ରାଜ୍ୟ ସରକାରଙ୍କ ଗାଁ କୁ କାମ ମା କୁ ସନମାନ ଆଜି କାଗଜ କଲମରେ ଚାଲିଥିଲା ବେଳେ ମହିଳା ମାନେ ଭଣ୍ଡାମିର ଶିକାର ହେଉଛନ୍ତି। ଗାଁଏ ଗାଁଏ ଆଜି ମହିଳା ମାନେ ମହିଳା ସଶକ୍ତିକରଣ ନାଁ ରେ ଅହେତୁକ ସୁଧର ଶିକାର ହେଉଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ଏଥିରୁ ମୁକ୍ତି ପାଇଁ ମହିଳା ମାନେ ସବୁ କ୍ଷେତ୍ରରେ ଐକ ବଦ୍ଧ ଆନ୍ଦୋଳନ ଗଢି ତୋଳିବାକୁ ବକ୍ତା ମାନେ ଆହ୍ବାନ ଦେଇଥିଲେ।ମହିଳା ମାନେ ଆଜିର ଦିନରେ ନାଚ ଗୀତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗଠିତ କରିଥିଲେ।ପଟିଆ ଓ ରାଇପଡା ଅଞ୍ଚଳର କାଜୁ ଆନ୍ଦୋଳନରେ ୪ଟି ସହିଦ ପରିବାରର ବିଧବା ମାଆ ମାନକୁ ଓ ଜଣେ ଶ୍ରେଷ୍ଠ ମହିଳାଙ୍କୁ ମହିଳା ସମିତି ତରଫରୁ ଉପଢୌକନ ଦିଆ ଯାଇ ସନମାନିତ କରାଯାଇଥିଲା।ଆସନ୍ତା ଅପ୍ରେଲ ୫ ତାରିଖରେ ସବୁ ବର୍ଗର ଶ୍ରମିକ,କୃଷକ,ମହିଳା ମାନେ ନିଜ ଅଧିକାର ପାଇଁ ଦିଲ୍ଲୀ ଅଭିଯାନ ପାଇଁ ଆହ୍ବାନ ଦିଆଯାଇଛି। ଏଥିରେ ସାମିଲି ହେବାକୁ ଆହ୍ବାନ ଦିଆଯାଇଥିଲା।ଏହି ଆଲୋଚନା ସଭାରେ ଶ୍ରମିକ ନେତା ସୁରେଶ ସ୍ବାଇଁ,କ୍ଷେତ ମଜଦୂର ନେତା ନିତ୍ୟାନନ୍ଦ ପରିଡା, ଦୁଃଶାସନ ଜେନା,ଗଦାଧର ପ୍ରଧାନ, ପୁଷ୍ପାଞ୍ଜଳି ସେନାପତି,ଉର୍ମିଳା ଜେନା,ଶ୍ରଦ୍ଧାଞ୍ଜଳି ନାୟକ, ଆରତୀ ନାୟକ,ହୁଲାସ ରଣା,ଓ ଶାନ୍ତିଲତା ରଗଡ଼ ଆଦି ଆଲୋଚନା କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.