ବାଣ ଗୋଦାମରେ ଅଗ୍ନିକାଣ୍ଡ,ତିନି ମୃତ ଓ ଦୁଇ ଗୁରୁତର।

0 249

ବାଲିକୁଦା,୨୮/୦୨(ପିପିଟି); ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ଇଚ୍ଛାପୁରର ମାଧୁରୀ ଵଜାରରେ ଥିବା ସୁଶାନ୍ତ କୁମାର ପୃଷ୍ଟିଙ୍କ ବାଣ ଗୋଦାମରେ ଆଜି ଦିଵା ପ୍ରାୟ ୧୦ ଟା ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିଯିବାରୁ ଭୟଙ୍କର ବିସ୍ଫୋରଣ ସହ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ଘଟିଛି । ଏହି ଦୁର୍ଘଟଣାରେ ବାଣ ଗୋଦାମ ମାଲିକଙ୍କ ସହ ଅନ୍ୟ ଦୁଇଜଣଙ୍କ ପ୍ରାଣହାନି ଘଟିବା ସହ ଗୁରୁତର ଆହତ ଅବସ୍ଥାରେ ଦୁଇଜଣଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରଣ କରାଯାଇଛି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.