ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ତଥା ବରିଷ୍ଠ ସାମ୍ବାଦିକ ପି. ଜାନକୀ ରାଓଙ୍କ ପରଲୋକ ।

0 274

ବ୍ରହ୍ମପୁର,୨୬/୦୨(ପିପିଟି):ହିଞ୍ଜିଳିକାଟୁର ଜଣାଶୁଣା ବରିଷ୍ଠ ସାମ୍ବାଦିକ ତଥା ଆ.ଇ.ଓ.ବି ବ୍ୟାଙ୍କର ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ପି. ଜାନକୀ ରାଓଙ୍କ ହୃଦଘାତରେ ଅକାଳ ବିୟୋଗ ଘଟିଛି । ସୂଚନା ପ୍ରକାରେ ଶ୍ରୀ ରାଓ ଅବସର ନେବା ପୂର୍ବରୁ ହୃଦ୍ ଜନିତ ଚିକିତ୍ସା କରାଇଥିଲେ । ଅବସର ପରେ ସେ ବହୁ ଦିନ ଧରି ହୃଦ୍ ରୋଗ ସହ ବହୁ ଜଟିଳ ରୋଗରେ ପୀଡିତ ଥିଲେ । କିଛି ଦିନ ତଳେ ସ୍ୱାସ୍ଥ୍ୟ ଖରାପ କାରଣରୁ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ଗୁରୁତର ହେବାରୁ କଟକ ବଡ ମେଡିକାଲ ନିଆଯାଇଥିଲା । ଚିକତ୍ସାଧିନ ଅବସ୍ଥାରେ ରବିବାର ତା ୨୬ ଫେବୃଆରୀ ୨୦୨୩ ରିଖ ରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ଏହି ଦୁଃଖଦ ଖବର ହିଞ୍ଜିଳିକାଟୁବାସୀଙ୍କୁ ମର୍ମାହତ କରିଥିବା ବେଳେ, ପ୍ରେସକ୍ଳବ ହିଞ୍ଜିଳିକାଟୁ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନା କରାଯାଇଛି । ଅନ୍ୟପକ୍ଷରେ ପ୍ରେସକ୍ଳବ ହିଞ୍ଜିଳିକାଟୁ ପୂର୍ବତନ ସଭାପତି ଅଜିତ କୁମାର ପଟ୍ଟନାୟକ ଶ୍ରୀ ରାଓଙ୍କ ଏହି ଅକାଳ ବିୟୋଗରେ ଗଭୀର ଶ୍ରଧାଞ୍ଜଳି ଜ୍ଞାପନ ସହ ଏହି ଅସମୟରେ ତାଙ୍କ ପରିବାର ବର୍ଗଙ୍କୁ ଧର୍ଯ୍ୟ ଓ ସାହାସ ଦିଅନ୍ତୁ ବୋଲି ଭଗବାନ ନିକଟରେ ପାର୍ଥନା କରିଛନ୍ତି ।

Leave A Reply

Your email address will not be published.