ଛାତ୍ରର ଅକାଳ ବିୟୋଗରେ ଶୋକ ସଭା ।

0 266

ବେଲଗୁଣ୍ଠା,୨୫/୦୨(ପିପିଟି):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ଶ୍ରେଣୀର ଛାତ୍ର ଦେବାଶିଷ ବେବର୍ତ୍ତା (୧୮) ଙ୍କ ଅକାଳ ବିୟୋଗରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଶିକ୍ଷକ କର୍ମଚାରୀ ସ୍ତବ୍ଧ ହୋଇପଡିଛନ୍ତି । ଆଜି ଦେବାଶିଷଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକ ବ୍ଯକ୍ତ କରାଯିବା ସହିତ ନୀରବ ପ୍ରାର୍ଥନା କରାଯାଇଛି । ଅନୁଷ୍ଠାନ ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହି ସ୍ଵର୍ଗତ ଦେବାଶିଷଙ୍କ ସ୍ମୃତିଚାରଣ କରିଥିଲେ । ପ୍ରକାଶ ଥାଉକି ଦେବାଶିଷଙ୍କ ଶବକୁ ଗତକାଲି ଜିଆରପି ପୋଲିସ୍ ହଳଦିଆ ପଦର ରେଳ ଧାରଣାରୁ ଉଦ୍ଧାର କରିଥିଲା । ଦେବାଶିଷଙ୍କ ନିଜ ଘର ଧରାକୋଟ୍ ବ୍ଳକ୍ ଜାହାଡା ହୋଇଥିବା ବେଳେ ସେ ଗୋବରା ସ୍ଥିତ ନିଜ ମାମୁଁ ପ୍ରଦ୍ୟୁମ୍ନ ପାତ୍ରଙ୍କ ଘରେ ରହି ପାଠ ପଢୁଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.