ମାଲକାନଗିରି ମହାବିଦ୍ଯାଳୟରେ ବାର୍ଷିକ ଉତ୍ସବ ।

0 230

ମାଲକାନଗିରି,୨୨/୦୨(ପିପିଟି): ମାଲକାନଗିରି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହୋଇଛି । ଏଠାରେ ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ,ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ମୁଖ୍ୟ ବକ୍ତା ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ରାଜ୍ଯ ଉପଦେଷ୍ଟା ପ୍ରଦୀପ ମାଝି, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷା ସମାରୀ ତାଙ୍ଗୁଲ, ମହାବିଦ୍ଯାଳୟ ପରିଚାଳନା କମିଟି ସଭାପତି ଡଃ. ଉଦୟନାଥ ଖରା, ମାଲକାନଗିରି ପୌରପରିଷଦ ଅଧ୍ଯକ୍ଷ ମନୋଜ ବାରିକ ଯୋଗଦେଇଥିଲେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଛାତ୍ର ଛାତ୍ରୀ ନିମନ୍ତେ ଉଦବୋଧନ ଦେଇଥିଲେ । ମହାବିଦ୍ୟାଳୟର ଭିତ୍ତି ଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଦ୍ଵାରା ଦିଆଯାଇଥିବା ଏକ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ନିମନ୍ତ୍ରିତ ଅତିଥିମାନେ ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା ସଂପର୍କରେ ନିଜ ନିଜର ମତାମତ ପ୍ରକାଶ କରିଥିଲେ । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ପାଞ୍ଚ ଲକ୍ଷ ଟଙ୍କାର ଅନୁଦାନ କଲେଜକୁ ଦେବା ଲାଗି ମଞ୍ଚରେ ଘୋଷଣା କରିଥିଲେ ।ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଡଃ. ଉଦୟନାଥ ଖରା ମହାବିଦ୍ୟାଳୟର ସମ୍ପୂର୍ଣ୍ଣ ବିକାଶ କରିବା ପାଇଁ ପ୍ରତିଜ୍ଞା ବଦ୍ଧ ବୋଲି ମତବ୍ଯକ୍ତ କରିଥିଲେ । ପୂର୍ବତନ ବିଧାୟକ ମାନସ ମାଡ଼କାମି ମାଲକାନଗିରି ମହାବିଦ୍ୟାଳୟକୁ ସରକାରୀ କରିବାକୁ ଦାବିକୁ ଉପସ୍ଥାପନ କରିଥିଲେ । ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝି ଯୋଗ ଦେଇ ଆଧାର ସଂରଚନାର ବିକାଶରେ ମାଲକାନଗିରି କଲେଜକୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.