ମଲ୍ଲୀକେଶ୍ବର ପାହାଡ ପାର୍ଶ୍ବରେ ଅଜଣା ଶବ ଉଦ୍ଧାର ।

0 260

ମାଲକାନଗିରି,୨୨/୦୨(ପିପିଟି): ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ମଲ୍ଲୀକେଶ୍ବର ମନ୍ଦିର ପର୍ବତ ପାର୍ଶ୍ଵରେ ଏକ ଅଜଣା ଯୁବତିର ଅର୍ଦ୍ଧ ଦଗ୍ଧ ମୃତଦେହ ପଡ଼ି ରହିଥିବା ପୋଲିସକୁ ସୂଚନା ମିଳିଛି । ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ଘଟଣାସ୍ଥଳରେ ପହିଞ୍ଚି ଶବକୁ ଉଦ୍ଧାର କରିଥିଲେ । କିନ୍ତୁ ମୃତ୍ୟୁ ବରଣ କରିଥିବା ଯୁବତୀର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଆଜି ସାଇନ୍ଟିଫିକ ଟିମ୍ ଓ ପୋଲିସ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚି ଶବକୁ ଠାବ କରିଛନ୍ତି। ଅଧିକ ଖୋଲତାଡ଼ ଜାରି ରଖିଛନ୍ତି। ତେବେ ଏହି ଶବଟି କୈାଣସି ଯୁବତୀର ହୋଇଥାଇ ପାରେ ବୋଲି ଅନୁମାନ ପୋଲିସ କରୁଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.